ଗଞ୍ଜେଇ ଭର୍ତ୍ତି ଥିବା ୨୦୦୦ ସିଗାରେଟ ସହ ୧୫କିଲୋ ଗଞ୍ଜେଇ ଜବତ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୨୯-୦୧): ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଆତର୍କିତ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି ।

ଏହି କାରବାରରେ ସମ୍ପୃକ୍ତ ରହିଥିବା ଦୁଇ ଜଣ ଅସାମାଜିକ ଯୁବକ ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି। ଉକ୍ତ ଦୁଇ ଅଭିଯୁକ୍ତ ଙ୍କ ନାଁ ରେ ପୂର୍ବରୁ କେତୋଟି ମାମଲା ରହିଛି । ତେବେ ଏହି ଦୁଇ ଅଭିଯୁକ୍ତ ଏହି କାରବାର ଦୀର୍ଘ ବର୍ଷ ଧରି ଚଲାଇ ଆସୁଥିବା ବେଳେ ଏହି ଜବତ ବେଆଇନ ଗଞ୍ଜେଇ ସେମାନେ କେଉଁଠୁ ଆଣୁଥିଲେ ଓ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥବା ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: