ଗଞ୍ଜେଇ ଚୋରା ଚାଲାଣ ବେଳେ ୪ କ୍ୱିଣ୍ଟାଲ ୬୪କେଜି ଗଞ୍ଜେଇ ସହ ଗାଡି ଜବତ, ଜଣେ ଗିରଫ, ଦୁଇ ଫେରାର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡ଼ା ୧୯/୫): କରୋନା ମହାମାରୀ କୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ସଟ ଡାଉନ୍ ଘୋଷଣା କରିଥିଲେ ମଧ୍ୟ କନ୍ଧମାଳରେ ଗଞ୍ଜେଇ ମାଫିଆ ବେଶ ସକ୍ରିୟ ଅଛନ୍ତି l ବିଶେଷ ସୂତ୍ରରୁ ଖବର ପାଇ ଥିଲେ କନ୍ଧମାଳ ଏସ ପି ଭିନିତ୍ ଅଗ୍ରୱାଲ |

ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାହାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲିଗୁଡ଼ା ଥାନା ପୋଲିସ ଟିମ ସିନ୍ଦ୍ରୀଗାଁ ଅଞ୍ଚଳକୁ ପେଟୋଲିଂ ପାଇଁ ଯାଇ ଥିଲେ | ସିନ୍ଦ୍ରି ଗାଁ କିଲୁ ରାସ୍ତାର ଏକ ଜଙ୍ଗଲରେ ଗଞ୍ଜେଇ ଠୁଳ କରି ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଘଟଣା ସ୍ଥଳକୁ ବାଲିଗୁଡ଼ା ଥାନାର ଏସ ଆଇ ଦିପକ ରାଉତ ଟିମ ସହିତ ପହଞ୍ଚି ଚାରି କୁଇଣ୍ଟାଲ ଚଉଷଠି କିଲୋଗ୍ରାମ ଗଞ୍ଜେଇ ସହ ବଲେରୋ ଗାଡି ଜବତ କରିଥିଲେ | ତିନିଜଣ ଗଞ୍ଜେଇ ମାଫିଆ ଙ୍କ ମଧ୍ୟରୁ ଜଣକୁ କାବୁ କରିଥିଲେ ପୋଲିସ୍ ଅନ୍ୟ ଦୁଇଜଣ ଫେରାର ଥିବା କହିଛି ପୋଲିସ ଏନେଇ ବାଲିଗୁଡ଼ା ଥାନାରେ ଏନ୍ ଡି ପି ଏସ ଆକ୍ଟ୍ ରେ ମାମଲା ରୁଜୁ ହୋଇଥିବା ବାଲିଗୁଡା ଏସଡିପିଓ ସୂଚନା ଦେଇଛନ୍ତି | ବାଲିଗୁଡା ଥାନା ଏସ ଆଇ ରବୀନ୍ଦ୍ର ମୁଣ୍ଡାରୀ ଏହାର ତଦନ୍ତ ଚଳାଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: