ସାଧାରଣ ଜନତାଙ୍କ ସ୍ୱର

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ସିଂହାସନୀ

ରିପୋର୍ଟ: ରାକେଶ ମହାରଣା //
ବଣ ପର୍ବତ ଘେରରେ ମା ବିରାଜମାନ, ପର୍ବ ପର୍ବାଣୀରେ ମାଁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ବେଶ ଚଳଚଞ୍ଚଳ

କୋଦଳା (୦୪/୦୨): ଗଞ୍ଜାମ ଜିଲ୍ଲାର ଭୌଗୋଳିକ ପରିସୀମା ଓ ଅବସ୍ଥାକୁ ଅବଲୋକ ନକଲେ ଏହା ଏକ ସଂସ୍କୃତି ଭରା ପ୍ରାକୃତିକ ପରିବେଶବୃତ୍ତ ଜିଲ୍ଲା ଅଟେ l ଏଠାରେ ଅନେକ ପାରମ୍ପରିକ ପୀଠ ଯାହାକି ଏହି ଜିଲ୍ଲାର ଅଧିବାସୀ ମାନଙ୍କ ଦ୍ୱାରା ଆରାଧ୍ୟ ଶୌବ, ଶାକ୍ତ ଓ ବୌଷ୍ଟବ ପୀଠ ଅଟେ l ଏହି ଜିଲ୍ଲାର ଶକ୍ତିପୀଠ ମଧ୍ୟରେ ତାରାତାରିଣୀ, ଭୌରବି, ନାରାୟଣୀ ଭଳି ସିଂହାସନୀ ପୀଠ ମଧ୍ୟ ଅନ୍ୟତମ ଅଟେ le0aa7098 7934 47ec b415 749e715088c5

ସବୁଜବନାନୀ ଘେରାଭତୁଙ୍ଗ ପର୍ବତ ମାଳା ମଧ୍ୟରେ ଜନଜାତି ଦ୍ୱାରା ପୂଜିତ ଏହି ସିଂହାସନୀ ପୀଠ ହୋଇଥିଲେ ମଧ୍ୟ ଏହି ଦେବୀପୀଠଟି ପୋଲସରା, କୋଦଳା, ବାଣପୁର ଆଦି ଅଞ୍ଚଳର ଶକ୍ତିପୀଠ ଅଟେ l କେଉଁ ଅନାଦି କାଳରୁ ଅନେକ ଲୋକକଥାକୁ ଧାରଣ କରି କିମ୍ବଦନ୍ତୀ ପୂର୍ଣ୍ଣ ଏହି ଶକ୍ତିପୀଠ l ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ପାଣ୍ଡିରିପଡ଼ା ପଞ୍ଚାୟତ କସିପଡ଼ା ଗ୍ରାମରେ ମା ସିଂହାସନୀଙ୍କ ଆରାଧ୍ୟ ପୀଠ l କଳାପାହାଡ଼ ଯେତେବେଳେ ଶ୍ରୀ ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ ଜଗନ୍ନାଥଙ୍କୁ ଆଣି ପୋଲସରା ମଥୁରା ନିକଟ ମାରଦା ବଣରେ କୋଦଳା ଆଠଗଡ଼ ରାଜା ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦେବ ଏଠାରେ ରଖିଥିଲେ l କିନ୍ତୁ ଲୋକକଥା ଅନୁଯାୟୀ କଳାପାହାଡକୁ ମା ସିଂହାସନୀ ଅଟକାଇ ଥିବା ଜଣାଯାଏ l ସେହିଭଳି ଜଣାଯାଏ ଯେ, ପୂଜକଙ୍କ ଏକ ବଳଦକୁ ବାଘ ଖାଇଦେବା ପରେ ମଁl ଙ୍କୁ ପୂଜକ ଗୁହାରି ଜଣାଇବା ପରେ ସ୍ବପ୍ନରେ ମା ପୂଜକଙ୍କୁ କହିଥିଲେ ଯେ ସକାଳୁ ତୋର ଜମି ଚାଷ ହେବ l ବାଘ ଆସି ସକାଳୁ ଜମିରେ ଥିଲା ଓ ପୂଜକ ଗୋଟିଏ ବଳଦକୁ ନେଇ ବାଘକୁ ଅନ୍ୟ ପଟେ ବାନ୍ଧି ପୂଜକ ଚାଷ କରିଥିଲେ l ଏପରି ଅନେକ କିମ୍ବଦନ୍ତୀ ଭରା ଏହି ଶକ୍ତିପୀଠ l

ମା ସିଂହାସନୀ ଏକ ଜଙ୍ଗଲ ପରିବେଶ ମଧ୍ୟରେ ରହିଥିଲା l ପ୍ରଶାସନ ଓ କିଛି ପରିବେଶବିତ ତଥା ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଏହାର ଉନ୍ନତିକରଣ ହୋଇଛି l ଏହାର ଉନ୍ନୟନ କମିଟି ସଭାପତି ଓ ଯୋଜନାବୋର୍ଡ ଅଧକ୍ଷ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀକାନ୍ତ ସାହୁଙ୍କ ଅଦମ୍ୟ ଚେଷ୍ଟା ତଥା ଓଡିଶା ସରକାରଙ୍କ ଉଦ୍ୟମରେ ଏହି ସ୍ଥାନ ଅଗମ୍ୟ ରୁ ସୁଗମ ହୋଇପାରିଛି l ଏଠାରେ ଥିବା କଲ୍ୟାଣ ମଣ୍ଡପ, ସୁଲଭ ଶୌଚାଳୟ, ଗେଷ୍ଟ ହାଉସ, ଆଦର୍ଶ ପୁଷ୍ପରିଣୀ ଓ ବ୍ରିଟିଶ ଅମଳର ପୋଲହଟି ନୂତନ ପୋଲ ନିର୍ମାଣ ଆଦି ବିଧାୟକଙ୍କ ପ୍ରଚେଷ୍ଟାର ଏକ ନମୁନା l କୋଦଳା ଠାରୁ ମା ସିଂହାସନୀ ଅତି ନିକଟତମ ରାସ୍ତା ଯାହାକି ଦିନେ ପାଦଚଲା ଥିଲା l ତାହା ଆଜି ଏକ ସୁଗମ ରାସ୍ତାରେ ପରିଣତ ହୋଇଛି l ବିଧାୟକ ଶ୍ରୀକାନ୍ତ ସାହୁ ଓ ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ସୁ ପ୍ରଚେଷ୍ଟାରେ କାର୍ଯ୍ୟ ହୋଇଛି l ଏହାର ଆହୁରି ଉନ୍ନତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଗୋଚର କରିବା ନିମନ୍ତେ ଆମ ପ୍ରତିନିଧି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ଯୋଗାଯୋଗ କରିଥିଲେ l ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଆଗାମୀ ଦିନରେ ଏଠାରେ ଏକ ଆଦର୍ଶ ପୋଖରୀ, ଗାଡ଼ି ପାର୍କିଂ ସ୍ଥଳ ଓ ଶିଶୁ ଆମୋଦ ଉଦ୍ୟାନ ଓ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ କରାଯିବ l

Welcome to Odisha News24

%d bloggers like this: