ଗଛ ପଡି ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଅବରୋଧ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୨/୦୬): ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ଏକ ଆମ୍ବ ଗଛ ପ୍ରବଳ ବର୍ଷା ଦ୍ୱାରା ଭାଙ୍ଗି ପଡ଼ିବାରୁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା। ନବରଙ୍ଗପୁର ଠାରୁ ଝଲିଆଗୁଡା ରାସ୍ତାକୁ ସଂଯୋଗ କରୁଥିବା ଏହି ଛକରେ ଏକ ବିଶାଳକାୟ ଆମ୍ବ ଗଛ ଭାଙ୍ଗି ପଡିଯିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା।

ତେବେ ନବରଙ୍ଗପୁର ଅଗ୍ନିଶମ ଟିମ ଦ୍ୱାରା ଗଛକୁ କାଟି ରାସ୍ତା ଉପରୁ ଗଛକୁ ହଟେଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ସେହିଭଳି ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଗଛ ପଡି ଛିଣ୍ଡି ଯାଇଥିବା ତାର ସଜାଡ଼ିବା କାର୍ଯ୍ୟ ତ୍ୱରାନ୍ୱିତ କରିଥିବା ବେଳେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଷ୍ଟ୍ରୀଟ ଲାଇଟ ସଜାଡ଼ିବା କାର୍ଯ୍ୟ ନିରୀକ୍ଷଣ କରିଥିଲେ। ସୂଚନାଯୋଗ୍ୟ ଯେ ବୁଧବାର ଦିନ 10 ଘଣ୍ଟା ସମୟରେ ନବରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ସହ ବୃଷ୍ଟିପାତ ହୋଇଥିଲା। ଏହି ସମୟରେ ଉକ୍ତ ଆମ୍ବ ଗଛ ଭାଙ୍ଗିଯାଇଥିଲା। ତେବେ ସ୍ବଭାଗ୍ୟ ବଶତଃ କୌଣସି ଧନ ଜୀବନର ହାନି ଘଟି ନଥିବା ଜଣା ପଡିଛି।

Welcome to Odisha News24

error: Content is protected !!
%d bloggers like this: