ଗଛରେ ବାଇକ ଧକ୍କା ଦେଇ ୩ଜଣ ଗୁରୁତର

ୱେବ ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୩୦-୧): ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ବ୍ଲକର ଧାମୁଣି ପଙ୍ଗା ଗ୍ରାମ ପଞ୍ଚାୟତ ର ହାତୀମୁଣ୍ଡା ବୁଲାଣି ରାସ୍ତା ରେ ଗୋଟିଏ ଆମ୍ବଗଛକୁ ବାଇକ ଧୋକାଦେଇ ତିନିଜଣ ଗୁରୁତ୍ତର ହୋଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୁଚନା ଅନୁସାରେ ସିଙ୍ଗାରି ପଞ୍ଚାୟତ କାଙ୍ଗସିରି ଗାଁ ଜଣେ ଯୁବକ କୁନାକା ସିତା ର ବାଇକରେ ସେଇ ଗାଁର ଦୁଇ ଯୁବତୀ ଚଞ୍ଚଳା କରକରିଆ (୧୮),ପଦ୍ମାବତୀ ମାଝୀ (୧୫) ବାଇକରେ ବସି କଲ୍ୟାଣସିଂହପୁର କୁ କମ୍ପୁଟର କ୍ଲାସ କରିବାକୁ ଆସୁଥିବାବେଳେ ହାତୀମୁଣ୍ଡା ନିକଟ ବୁଲାଣି ରାସ୍ତାରେ ଏକ ଆମ୍ବଗଛକୁ ଜରରେ ଧୋକା ଦେବାରୁ ଘଟଣା ସ୍ଥଳରେ ତିନିଜଣ ଛିଟିକି ପଡିଥିଲେ । ନିକଟସ୍ଥ ଗାଁ ଲୋକେ ଦେଖି ସମସ୍ତକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଯୋଗାଯଗ କରିଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଁଞ୍ଚିବା ପରେ ସମସ୍ତଙ୍କୁ ଆମ୍ବୁଲାନ୍ସରେ ଚଡାଇ କଲ୍ୟାଣସିଂହପୁର ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତୀ କରଥିଲେ।ଏଠାରେ ଡାକ୍ତର ଚିନ୍ମଯୀ ଲିମା ପ୍ରାଥମିକ ଚିକିତ୍ସା କରି ଦୁଇଜଣ କୁନାକା ସିତା ଓ ଚଞ୍ଚଳା ବହୁ ଗୁରୁତ୍ତର ହୋଇଥିବା ଯୋଗୁଁ ରାୟଗଡା ଜିଲ୍ଲା ସ୍ବାସ୍ଥ୍ଯକେନ୍ଦ୍ରକୁ ରେଫର କରିଥିଲେ । ଚଞ୍ଚଳାର ଗଡ ଭାଙ୍ଗିଥିବା ବେଳେ ସିତା ର ଅଣ୍ଟା ଓ ମୁହଁରେ ମାଡ ହୋଇଥିବା ଜଣାପଡିଛି ।ଏହି ଘଟଣା ର ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।ଏତିରେ କାହାର ପ୍ରତିକ୍ରିୟା ମିଳିପାରିନି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: