ଗଛରେ ପିଟିହେଲା ବାଇକ୍,ଯୁବକ ଗୁରୁତ଼ର

ରିପୋର୍ଟ : ସମିର ପାତ୍ର //
କେନ୍ଦୁଝର (୮ା୬): କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ଼ ମଇଦାନକେଲ ଜଙ୍ଗଲ ବୁଲାଣି ରାସ୍ତାରେ ଜଣେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ଗୁରୁତ଼ର ହୋଇଛନ୍ତି । ତ଼ାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗୁରୁତ଼ର ଜଣଙ୍କ ହେଲେ ଯାଜପୁର ଜିଲ୍ଲା ସିରିଆପୁର ଗ୍ରାମର ଗିରିଶ ଚ଼ନ୍ଦ୍ରପଣ୍ତା ଙ୍କ ପୁଅ ସୈାମ୍ୟରଂଞ୍ଜନ ପଣ୍ତା(୩୦)। ପ୍ରାପ୍ତସୂଚ଼ନା ଅନୁସାରେ,ସେ ଗତ଼କାଲି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ସ୍ଥାନୀୟ ଲୋକେ ଗୁରୁତ଼ର ଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ମେଡ଼ିକାଲ ପଠାଇଥିଲେ।ସେଠାରେ ଅତ଼ି ଗୁରୁତ଼ର ହେବାରୁ ଡ଼ାକ୍ତର କେନ୍ଦୁଝର ମୁଖ୍ୟ ଡ଼ାକ୍ତରଖାନା ପଠାଇଥିଲେ। ତ଼େବେ ଏଠାରେ ତ଼ାଙ୍କର ପ୍ରାଥମିକ ଚ଼ିକିତ୍ସା ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଡ଼ାକ୍ତର ତ଼ାଙ୍କୁ କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: