ଗଂଜେଇ ଭର୍ତ୍ତି ଗାଡି ଥାନାରେ, ଚାଲାଣକାରୀକୁ ଖୋଜି ଖୋଜି ପୋଲିସ୍ ନାକେଦମ୍

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ/କଣ୍ଟାମାଳ ୨୭/୫): ଆଜି ସକାଳେ କଣ୍ଟାମାଳ ଷ୍ଟେଟ୍ ବ୍ୟାଙ୍କ ନିକଟରୁ ଗଂଜେଇ ଭର୍ତ୍ତି ଗୋଟିଏ କାରକୁ କଣ୍ଟାମାଲ ପୋଲିସ୍ ଥାନାକୁ ଆଣି ଅଟକ ରଖିଥିଲା | ଅପରାନ୍ହ ସମୟରେ କୌଶଳ କ୍ରମେ ଚାଲାଣ କାରୀ ଚମ୍ପଟ୍ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l ଥାନାରେ ଅଟକ ଥିବା ନାଲିଆ ରଙ୍ଗର କାର୍ ଓ.ଆର. ୦୨ ଏ.ଟି. ୨୬୪୩ ହୋଇଥିବା ବେଳେ କାରର ଆଗ ପଛର ନମ୍ବର୍ ପ୍ଲେଟ୍ ରେ “ଟି” କୁ ଘସି ଲିଭାଇ ଦିଆଯାଇଛି |

ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଚାଲାଣକାରୀ ପ୍ରାୟ ୨୦ କିଲୋଗ୍ରାମ ଗଂଜେଇ ଧରି କାରରେ ଯାଉଥିଲେ | କାର୍ ଆଗରେ ପ୍ରେସ୍ ଓ ଦୂରଦର୍ଶନ ଲେଖା ଥିବା ଏକ ଫଳକ ଲାଗିଛି | ଗାଡି ସହ ପୋଲିସ୍ ଚାଲାଣକାରୀକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ସେ କୌଶଳ କ୍ରମେ ଫେରାର ମାରିଥିଲା | ସେହି ସମୟରୁ ସନ୍ଧ୍ୟା ୮ ଘଣ୍ଟା ଯାଏଁ ଥାନାର ଦୁଇଟି ଗାଡି ତନ୍ନ ତନ୍ନ କରି ପଇଁତରା ମାରି ଛାନ୍ ଭିନ କରୁଥିଲେ ମଧ୍ୟ ଫେରାର ଆସାମୀଙ୍କୁ ଧରିବାରେ ସକ୍ଷମ ହୋଇ ପାରୁନାହିଁ | ଏ ସମ୍ପର୍କରେ ଥାନା ପକ୍ଷରୁ ଗଣମାଧ୍ୟମକୁ କୌଣସି ତଥ୍ୟ ଦିଆନଯାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି | ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆଙ୍କୁ ଏ ସମ୍ପର୍କରେ ପଚାରିବା ପାଇଁ ଆମେ ତାଙ୍କ ମୋବାଇଲକୁ ଫୋନ୍ କରିଥିଲୁ | ବାରମ୍ବାର କଲ୍ କଲା ପରେ ଫୋନ୍ କଲା ପରେ ଫୋନ୍ ଉଠାଇଥିଲେ ଓ ସେଭଳି କିଛି ଘଟଣା ଘଟି ନଥିବା ପ୍ରକାଶ କରିଥିଲେ | ଗାଡ଼ି ତାହେଲେ ଥାନାରେ କେଉଁ ମାମଲାରେ ଅଛି ବୋଲି ପଚାରିବାରୁ ସେମିତି କୌଣସି ଗାଡି ଥାନାରେ ନାହିଁ ବୋଲି କହିଥିଲେ | ଆମ ପାଖରେ ଥାନା ହତାରେ ଗାଡି ଥିବାର ଫୋଟ ଓ ଭିଡ଼ିଓ ଥିବା କହିବାରୁ ତାହେଲେ ମୋତେ କାହିଁକି ପଚାରୁଛନ୍ତି କହି ଫୋନ୍ କାଟି ଦେଇଥିଲେ | ଏ ସମ୍ପର୍କରେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ପଚାରିବାରୁ ପ୍ରାୟ ୨୦ କିଲୋଗ୍ରାମ ଗଂଜେଇ ସହ ଗାଡ଼ି ଜବତ୍ ହୋଇଥିବା ସ୍ବୀକାର କରିଥିଲେ ଓ ଚାଲାଣକାରୀ ଫେରାର ଥିବା ସୂଚନା ତାଙ୍କ ପାଖରେ ନାହିଁ ବୋଲି କହିଥିଲେ | କଣ୍ଟାମାଲ ପୋଲିସ୍ ସହ ଚୋରା ଗଂଜେଇ ବେପାରୀଙ୍କ ସଲାସୁତୁରା ଥିବାରୁ ଆସାମୀ ଫେରାର ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ |

Welcome to Odisha News24

error: Content is protected !!
%d bloggers like this: