ସାଧାରଣ ଜନତାଙ୍କ ସ୍ୱର

ଖୋଲା ଖୋଲି ଗ୍ୟାସର କଳା ବଜାର ନେଇ ସାଧାରଣରେ ଅସନ୍ତୋଷ, କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୧୦-୦୪): ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ଏଚ.ପି ଗ୍ୟାସ ସିଲିଣ୍ଡର ବ୍ୟାପକ କଳା ବଜାର ସହ ଖାଉଟିଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଛି ।4a31855d 17c7 4f55 93a7 71635ee6d449

ସୂଚନା ଅନୁଯାୟୀ, ଏହି ଗ୍ୟାସ ସିଲିଣ୍ଡର ପିଛା ଆଠ ଶହ ଛଅ(୮୦୬/-) ଟଙ୍କା ଧାର୍ଯ୍ୟ ଥିବା ବେଳେ ଆଠ ଶହ ଛତିଶ(୮୩୬/-) ଟଙ୍କା ଲେଖାଏଁ ନେଇ ଖାଉଟିଙ୍କୁ ଶୋଷଣ କରୁଥିବା ଅଭିଯୋଗ ବାରମ୍ବାର ହୋଇଆସୁଛି । ସେହିପରି ଘରେ ଏହି ଗ୍ୟାସ ସିଲିଣ୍ଡର ଯୋଗେଇ ଦେବାକୁ ଆଠ ଶହ ସତୁରି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଟିଟିଲାଗଡ ଏଚ ପି ଗ୍ୟାସ ମାଲିକ ତୁଳସୀ ବେହେରାଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ସେ କିଛି ମନ୍ତବ୍ୟ ଦେଇ ନ ଥିଲେ । ଏପରି ଖାଉଟିଙ୍କୁ ଖୋଲା ଖୋଲି ଶୋଷଣ କରି ଅର୍ଥ ଆଦାୟ କରାଯାଉଥିବା ବେଳେ ଏ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଆବଶ୍ୟକ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।

Welcome to Odisha News24

%d bloggers like this: