ଖାକିରେ ଦାଗ – ୪ ଅଭିୟୁକ୍ତଙ୍କୁ ଗିରଫ କରିଛି ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୪/୦୫): ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ନିକଟରେ ଗଂଞ୍ଜେଇ ଚୋରାଚାଲାଣ ସଂମ୍ପୃକ୍ତି ନେଇ ହରଡଘଣାରେ ତିନି ହୋମଗାର୍ଡ । ଅର୍ଥ ଲୋଭରେ ଗଂଞ୍ଜେଇ ଗାଡିକୁ ଛାଡି ଦେଇଥିବା ପଡିଲା ମହାଙ୍ଗା । ତିନି ହୋମଗାର୍ଡ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

ହୋମ ଗାର୍ଡମାନେ ହେଲେ ପ୍ରସାଦ କୁମ୍ଭାର, ଗୋପବନ୍ଧୁ ଗଉଡ, ଜି କ୍ରିଷ୍ଣା ରାଓ । ଏହି ହୋମଗାର୍ଡଙ୍କ ମଧ୍ୟରୁ ଜଣେ ଗୁଣୁପୁର ଥାନାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁମୁଡା ଫାଣ୍ଡିରେ କାର୍ଯ୍ୟ କରୁଥିବା ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ବ୍ୟକ୍ତି ଅନିଲ୍ କୁମାର ଗଉଡକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ । ୪ ଲକ୍ଷ ୭୦ ହଜାର ଟଙ୍କା ଲାଞ୍ଚର ଡିଲ୍ରେ ଗଂଞ୍ଜେଇ ଗାଡିକୁ ଛଡା ଯାଇଥିଲା । ଗଜପତୀ ଅଞ୍ଚଳରୁ ଏହି ଗାଡି ରାୟଗଡା ଅଭିମୁଖେ ଗଲା ବେଳେ ମେ’ ୧୭ ତାରିଖରେ ଏହି ଘଟଣା ଘଟିଥିଲା । ଜଣେ ଅଭିଯୁକ୍ତଙ୍କ ଠାରୁ ୧ଲକ୍ଷ ଟଙ୍କା ସିଜ୍ କରିବା ସହ ଅନ୍ୟ ଜଣେ ହୋମଗାର୍ଡ ପାସ୍ ବୁକ୍ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ଆକାଉଣ୍ଟ ସିଜ୍ କରିଛି ପୋଲିସ୍ । ଆଉ ବଳକା ଟଙ୍କା ଅଭିଯୁକ୍ତ ମାନେ ଖର୍ଚ କରିଥିବା ସ୍ବିକାର କରିଛନ୍ତି । ଏ ନେଇ ସୁଚନା ଦେଇଛନ୍ତି ଗୁଣୁପୁର ପୋଲିସ୍ ଏସଡ଼ିପିଓ ଅଜୟ କୁମାର ବାରିକ । ଲକଡାଉନ ସୁଯୋଗରେ ପୋଲିସ୍ ର ଏଭଳି କାର୍ଯ୍ୟକୁ ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।

Welcome to Odisha News24

error: Content is protected !!
%d bloggers like this: