ଖରାଦିନ ଆସିଲେ ଦୂଷିତ ଝରଣା ପାଣି ହିଁ ଭରସା

ରିପୋର୍ଟ: ରାକେଶ ମହାରଣା //
ବ୍ରହ୍ମପୁର, ଜଗନ୍ନାଥପ୍ରସାଦବ୍ଳକ(୦୩/୦୪): ପ୍ରାୟତହ ଗ୍ରୀଷ୍ମ ଋତୁ ଆସିଲେ ଗାଁ ଗାଁରେ ଦେଖାଯାଏ ଜଳ ସମସ୍ୟା । ପିଇବା ପାଣି ପାଇଁ ଡହକ ବିକଳ ହେଉଛନ୍ତି ଗ୍ରାମବାସୀ । ସଖାଳ ହେବାକ୍ଷଣି ପାଣି ପାଇଁ ଲାଗୁଛି ମହିଳା ମାନଙ୍କ ଲମ୍ବା ଲାଇନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତ ର ବାଦୁଆ ଗ୍ରାମରେ ।

ଏହି ଗାଁଟି ପାହାଡିଆ ଅଞ୍ଚଳରେ ହୋଇଥିବାରୁ ଗ୍ରୀଷ୍ମଋତୁ ଆସିବା କ୍ଷଣି ଦେଖା ଯାଉଛି ପାନୀୟ ଜଳର ସମସ୍ୟା । ରାଜ୍ୟ ସରକାର ଘରୋଇ ଜଳ ଯୋଗାଣ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି ସରକାର | ସରକାର କରିଥିବା ପାନିୟ ଜଳ ଯୋଜନାଟି ଅତି ପ୍ରସଂସା ଯୋଗ୍ୟ ଏବଂ ଏହା ଶ୍ୱାଗତ ଯୋଗ୍ୟ ଅଟେ | ହେଲେ ପ୍ରତିବର୍ଷ ପାଣି ଟୋପାଏ ପାଇଁ ଡହଳ ବିକଳ ହେଇଥିବାବେଳେ ଚଳିତ ବର୍ଷ ମଧ୍ୟ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ | ଏହି ଗ୍ରାମରେ ପ୍ରାୟ ପଚାଶ ଗୋଟି ପରିବାର ବସବାସ କରନ୍ତି । ହେଲେ ଗ୍ରାମରେ ରହିଛି ଦୁଇଟି ନଳକୂପ ଗୋଟିଏ ଖରାପ ଥିବାବେଳେ ଅନ୍ୟଟି ଆଇରନ ଯୁକ୍ତ ପାଣି ବାହାରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏବେ ଦିନକୁ ଦିନ ଖରାର ପ୍ରକୋପ ବଢ଼ୁଥିବାରୁ ପାନୀୟ ଜଳ ପାଇଁ ବାଦୁଆ ଗାଁର ଲୋକେ ହେଉଛନ୍ତି ଡହଳ ବିକଳ । ଗାଁଠୁ ଗୋଟିଏ କିଲୋମିଟର ଦୂରରେ ଥିବା ଝରଣା ର ଦୂଷିତ ପାଣି ଏବେ ଲୋକଙ୍କ ଭରଷା । ସେହିପରି ଗାଁରେ ଥିବା କୂଅଟି ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଯଦି ଓ ସରକାରଙ୍କର ପକ୍ଷରୁ ପାଇପି ଯୋଗେ ପାଣି ର ବ୍ୟବସ୍ଥା ହୋଇପାରନ୍ତା ତେବେ ଟାଣ ଖରାରେ ଲୋକ ମାନେ ଗୋଟେ କିଲୋମିଟର ଚାଲିଚାଲି ଯିବାକୁ ପଡନ୍ତାନି । ଏବଂ ବିଲ ମଝିରେ ଥିବା ଚୁଆରୁ ଦୂଷିତ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି | ପ୍ରଶାସନିକ ସ୍ତରରେ ବାଦୁଆ ଗ୍ରାମରେ ପାନିୟ ଜଳର ସୁବିଧା ଯଥା ସମ୍ଭବ ଯୋଗାଈଦେବା ପାଇଁ ଅଞ୍ଚଳବାସି ଦାବିକରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: