ସାଧାରଣ ଜନତାଙ୍କ ସ୍ୱର

ଖବର ଆଜିର // ତାରିଖ ୨୨-୦୪-୨୦୨୧/ ଗୁରୁବାର

ଖବର ଆଜିର // ତାରିଖ ୨୨-୦୪-୨୦୨୧/ ଗୁରୁବାର

ଭୁବନେଶ୍ୱର (୨୨/୪):

୧-ଚଳିତବର୍ଷ ବାତିଲ ହେଲା ମାଟ୍ରିକ ପରୀକ୍ଷା, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ।

୨-ନାସିକ୍‌ର ଜାକିର ହୁସେନ୍‌ ହସ୍ପିଟାଲ୍‌ରେ ବୁଧବାର ଦିନ ଅକ୍ସିଜେନ୍‌ ଟ୍ୟାଙ୍କ୍‌ ଲିକ୍‌ ହେବାରୁ ବହୁତ ବଡ଼ ଅଘଟଣ ଘଟିଛି। ଲିକ୍‌ ପରେ ଅକ୍ସିଜେନ୍‌ ଯୋଗାଣ ବନ୍ଦ ହେବାରୁ ୨୨ ଜଣ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି।

୩–କରୋନା ଟିକା‌ ଲୋକଙ୍କୁ ଗୁରୁତର ହେବାରୁ ରକ୍ଷା କରିବ, ସଂକ୍ରମଣରୁ ନୁହେଁ: ରଣଦୀପ ଗୁଲେରିଆ ।

୪-ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଚିଠି ।

୫-ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ ।

୬-ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ୨୪ ଘଂଟାରେ ୨ହଜାରରୁ ଅଧିକ ମୃତ । ସେପେଟ ତିନି ରାଜ୍ୟରେ ଚିହ୍ନଟ ହେଲାଣି ଟ୍ରିପଲ ମ୍ୟୁଟାଂଟ ଭୁତାଣୁ ।

୭-ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ।

୮-କୋଭିଡ୍ ସ୍ଥିତିକୁ ନେଇ ଦେଶର ୩ ବରିଷ୍ଠ ଡାକ୍ତରଙ୍କ ପ୍ରେସମିଟ୍ । କହିଲେ, ସଂକ୍ରମିତ ହେଲେ ବି ଲୋକମାନେ ଡରନ୍ତୁ ନାହିଁ । ରେମଡେସିଭିରି ‘ରାମବାଣ’ ନୁହେଁ ।

୯-ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ଶୀର୍ଷ ଛୁଇଁପାରେ କରୋନା ସଂକ୍ରମଣ : ସିବିକେ ମହାନ୍ତି ।

୧୦-ହାଇକୋର୍ଟରେ ନୂତନ ବିଚାରପତି ନିଯୁକ୍ତି କ୍ଷେତ୍ରରେ ନାମ ଅନୁମୋଦନ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମ୍‌କୋର୍ଟ ।

୧୧-୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି, ବଜ୍ରପାତ ଓ କୁଆପଥର ବର୍ଷା ସମ୍ଭାବନା ।

୧୩-ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା, ମେ ୧୫ ଯାଏ ଗଞ୍ଜାମବାସୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ନିଷେଧ ।

୧୪-ଉତ୍ତର ପ୍ରଦେଶ ପୁଲିସକୁ ଆଶ୍ୱସ୍ତି, ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ ଦେଲେ କ୍ଲିନ ଚିଟ୍ ।

୧୫-ଟିକାକରଣ ଅଭିଯାନ : ୧୩ କୋଟିରୁ ଅଧିକ ଡୋଜ୍ ଟିକାଦାନ କରି ଭାରତର ଆଉ ଏକ ସଫଳତା ।

୧୬-୨୪ରୁ ୩୦ ଏପ୍ରିଲ ଯାଏଁ ଭାରତ-ବ୍ରିଟେନ ବିମାନ ଉଡାଣ ରଦ୍ଦ କଲା ଏୟାର ଇଣ୍ଡିଆ ।

୧୭-ରତନ ଟାଟାଙ୍କ ବଡ ନିଷ୍ପତ୍ତି, କରୋନା ରେଗୀଙ୍କୁ ଯୋଗାଇବେ ଅକ୍ସିଜେନ୍: ସେ।ସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ThisIsTata

୧୮-ରେମ୍‌ଡେସ୍‌ଭିର ‘ରାମବାଣ’ ନୁହେଁ, ୮୫% ଲୋକ ବିନା ରେମ୍‌ଡେସ୍‌ଭିରରେ ଆରୋଗ୍ୟ ହୋଇଛନ୍ତି

୧୯-ରେକର୍ଡ କଲା ‍ଇମରାନଙ୍କ ‘ଲୁଟ୍ ଗଏ’, ୬୦ ଦିନରେ ୫୦୦ ମିଲିୟନ୍ ଭିୟୁର୍ସ ।

୨୦-ଅଡୁଆ ବଢାଇଲା ବାଇଡେନଙ୍କ ଆମେରିକା ଫାଷ୍ଟ ନୀତି । ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ନ ଆସିବାରୁ ଟିକା ପ୍ରସ୍ତୁତି ପ୍ରଭାବିତ ଆଶଙ୍କା ।

୨୧-ପଞ୍ଜାବକୁ ହରାଇ ପଏଣ୍ଟ ଖାତା ଖୋଲିଲା ସନରାଇଜର୍ସ ।

୨୨-କଲକାତା ନାଇଟ୍ ରାଇଡର୍ସକୁ ୧୮ ରନରେ ପରାସ୍ତ କଲା ଚେନ୍ନଇ ସୁପର କିଙ୍ଗ୍ସ ।

One thought on “ଖବର ଆଜିର // ତାରିଖ ୨୨-୦୪-୨୦୨୧/ ଗୁରୁବାର

  1. Class 10th is the parameter of education of a student. Class 10th is a career choosing guidance, class 10th is the educational measurement and measurement of depth of knowledge to prepare for 21st century work force.Class 10th is the best time for youth in National theme. Here, government may postpone the examination may online but can not cancel. Class 10 examinations should be and must be may internal assess and online examination in examination hall. Class 10 examination can not be a halt it is a measurement rod for education and dignity, social status and self respect of a student.

Welcome to Odisha News24

%d bloggers like this: