//ଖବର ଆଜିର // ତାରିଖ ୦୫ / ୦୫ / ୨୦୨୧, ବୁଧବାର

//ଖବର ଆଜିର // ତାରିଖ ୦୫ / ୦୫ / ୨୦୨୧, ବୁଧବାର

୧- କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା ।

୨- କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ : ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ ।

୩- ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ : ସର୍ବୋଚ୍ଚ ନ୍ୟାୟାଳୟ ।

୪- ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ।

୫- ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କଲା ବାଇଡେନ୍ ପ୍ରଶାସନ ।

୬- ଲକଡାଉନ୍ ପୂର୍ବରୁ ବଜାରରେ ଜମିଲା ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ବସ୍ତା ବସ୍ତା ଆଳୁ ଓ ପନିପରିବା ବୋହି ନେଲେ ଲୋକେ ।

୭- ଦେଶରେ ବଢ଼ୁଛି ମୃତ୍ୟୁସଂଖ୍ୟା, ଦୁଇକୋଟି ଟପିଲା କରୋନା ପଜିଟିଭ୍ ।

୮- ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ ।

୯- ପୁଣି ଲୋକଙ୍କ ରୋଜଗାର ଛଡାଇନେଲା କରୋନା ମହାମାରୀ : ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ୪ ମାସରେ ସର୍ବୋଚ୍ଚସ୍ତର ଛୁଇଁଲା ବେକାରୀ ହାର ।

୧୦- ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେ ।

୧୧- ସୁପ୍ରିମକୋର୍ଟ ରେ ପହଞ୍ଚିଲା ବେଙ୍ଗଲ ହିଂସା ମାମଲା, ରାଷ୍ଟ୍ରପତି ଶାସନ ଏବଂ ସିବିଆଇ ତଦନ୍ତ ପାଇଁ ଦାବି ।

୧୨- ଇମୋସ୍ନାଲ ହେଲେ ଜେପି ନଡ୍ଡା, କହିଲେ ଏଭଳି ହିଂସା ଭାରତ ବିଭାଜନ ବେଳେ ହୋଇଥିଲା ।

୧୩- ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ତେଜୁଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଲେ ଜେପି ନଡ୍ଡା, ରାଜ୍ୟପାଳ ଙ୍କ ସହ କଥା ହୋଇ ସ୍ଥିତି ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ।

୧୪- ପଶ୍ଚିମବଙ୍ଗ ରେ ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ସ୍ଥଗିତ ଅଚଳ କଲା ଟ୍ୱିଟର ।

୧୫- ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ N – 440 K ଅତ୍ୟନ୍ତ ବିପଜ୍ଜନକ, ରହିଛି ୧୦ ଗୁଣ ଅଧିକ ଦ୍ରୁତ ବିସ୍ତାର କରିବାର କ୍ଷମତା ।

୧୬- ଯଶସ୍ବୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର, ଜନ୍ମସ୍ଥାନରେ ମ୍ୟୁଜିଅମ ଓ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

୧୭- ବ୍ରିଟେନରେ କାରବାର ବଢାଇବ ସେରମ୍ ଇନଷ୍ଟିଚ୍ୟୁଟ୍ ; ଟିକା ଉତ୍ପାଦନ ପାଇଁ ୨,୪୫୭ କୋଟି ଟଙ୍କା ନିବେଶ କରିବେ ପୁନାୱାଲା ।

୧୮- ଲକଡାଉନ୍‌ ପାଇଁ କମିଶନରେଟ୍‌ ପୋଲିସର ବିଶେଷ ବ୍ୟବସ୍ଥା : ଅଭିଯୋଗ ଆଣିବାକୁ ଘରକୁ ଯିବ ପୋଲିସ, ବାହାନା କରି ବାହାରେ ବୁଲିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

୧୯- ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ମାମଲା ରେ ନ୍ୟାୟ ମାଗିଲା ବିଶ୍ୱବିଦ୍ୟାଳୟ ମହାସଂଘ, କୁଳପତି, ୱାର୍ଡେନ୍ ଓ ପିଇଓଙ୍କୁ ଅନ୍ତରୀଣ ସୁରକ୍ଷା ।

୨୦- ଦେଶରେ ରେମଡେସିଭିର ପ୍ରଡକ୍ସନ ତିନିଗୁଣା ବୃଦ୍ଧି, ଏବେ ପ୍ରତି ମାସରେ ୧.୦୫ କୋଟି ଇଞ୍ଜେକ୍ସନ୍‌ ହେବ ପ୍ରସ୍ତୁତ ।

୨୧- JEE ମେନ୍‌ ମେ’ – ୨୦୨୧ ପରୀକ୍ଷା ସ୍ଥଗିତ ।

୨୨- ଭାରତରେ ପ୍ରଥମଥର ପଶୁଙ୍କ ଦେହରେ ଚିହ୍ନଟ ହେଲା କରୋନା ଭୂତାଣୁ । ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହ କରୋନା ସଂକ୍ରମିତ ।

୨୩- ଲକଡାଉନରେ ଗଡିବନି ମୋ ବସ୍ । କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା ।

୨୪- ଆଫଗାନିସ୍ତାନ ରେ ଆତଙ୍କ ମଚାଉଛି ତାଲିବାନ, ୨୪ ଘଣ୍ଟାରେ ୧୪୧ ଥର ଆକ୍ରମଣ, ୪୩୮ ମୃତ ।

୨୫- ଆଜିଠୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି : ଅନଲାଇନ କ୍ଲାସ ଓ ପରୀକ୍ଷା ମନା ।

Welcome to Odisha News24

error: Content is protected !!
%d bloggers like this: