ଖଇର କାଠ ବୋଝେଇ ଗାଡି ଜବତ, ଜଣେ ଗିରଫ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୨୯/୦୪): ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧଉରାଦାଦର ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୫୦ ଟନ ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଚଢ଼ାଉ କରି କାଠ ବୋଝେଇ ଏକ ୪୦୭ ଗାଡିକୁ ଜବତ କରିଛି ।

ଏଥିସହିତ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଡୁଙ୍ଗୁରିପାଲି ଥାନା କୁଦେଇପରା ଗାଁ ର ଦିଲୀପ ସା (୩୪) କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଲାଂଗୀର ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ଏସିଏଫ ବାବାଜୀ ଚରଣ ରାଉଳ ଏବଂ ମୋବାଇଲ ସ୍କ୍ୱାର୍ଡ ଧଉରାଦାଦର ସଂରକ୍ଷିତ ଜଙ୍ଗଲରେ ଖଇର କାଠ ବୋଝେଇ ହେଉଥିବା ସମୟରେ ଚଢ଼ାଉ କରିଥିଲେ । କାଠ ବୋଝେଇ ଗାଡିଟି ବରଗଡ଼ ଯିବାର ଥିଲା ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ଅନ୍ୟ କିଛି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଜଣାଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: