ସାଧାରଣ ଜନତାଙ୍କ ସ୍ୱର

କ ନୂଆଗାଁ ରେ ମିନି ଷ୍ଟାଡିୟମ ଉଦଘାଟନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ୱେବ ରିପୋର୍ଟର : ବିଭୁତି ଲହରିଆ //
ବାଲିଗୁଡା ୩/୨): ଆଦିବାସୀ କଲ୍ୟାଣ ଓ ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସି କ ନୂଆଗାଁ ବ୍ଲକ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ଉଦଘାଟନ କରିଛନ୍ତି |ପ୍ରଥମେ ମାନ୍ୟବର ମନ୍ତ୍ରୀ ଙ୍କୁ କ ନୂଆଗାଁ ବିଜୁ ଜନତା ଦଳ ପକ୍ଷରୁ ପୂର୍ତ୍ତ ବଙ୍ଗଳା ନିକଟରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ କୃଷ୍ଣମୋହନ ପାଣିଗ୍ରାହୀ, କ ନୂଆଗାଁ ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡା, କ. ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା,ବିଜେଡି ଯୁବ ନେତା ସହଦେଵ ପାତ୍ର ସମେତ ଦଳୀୟ କର୍ମୀ ଭବ୍ୟ ସ୍ୱାଗତ କରିଥିଲେ |

ପରେ ଏକ ବିଶାଳ ବାଇକ ରାଲି ରେ ବିଜେଡି କର୍ମୀ ଡାମେରୀକିଆ ପର୍ଯ୍ୟନ୍ତ ଯାଇଥିଲେ |ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଡାମେରୀକିଆ ରେ ଆଦିବାସୀ ସଂସ୍କୃତି ଗୋଷ୍ଠୀ ଗୃହ ର ଶୁଭ ଉଦଘାଟନ କରିଥିଲେ |ପରେ କନୂଆଗାଁ ଠାରେ ବିଜୁ ପଟନାୟକ ମିନି ଷ୍ଟାଡିୟମ ଉଦଘାଟନ କରିଥିଲେ |କ ନୂଆଗାଁ ଗସ୍ତ ରେ ଆସି ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ର ଉଦଘାଟନ ଶୁଭ ଉଦଘାଟନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ରୂପେ ବାଲିଗୁଡା ବିଧାୟକ ଚକ୍ରମଣି କହିଁର, ଅନ୍ୟ ତମ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ ବିଜେଡି ସଭାପତି ବାସୁଦେବ ପଣ୍ଡା,ବିଜେଡି ଯୁବ ନେତା ସହଦେଵ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

Welcome to Odisha News24

%d bloggers like this: