କ୍ରୀଡ଼ା ଶିକ୍ଷକଙ୍କ ବଦଳି ଦାବି କଲେ ଅଭିଭାବକ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୦୪/୦୨): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ଗ୍ରାମରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ବୁଧବାର ଅପରାହ୍ନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କ୍ରୀଡା ଶିକ୍ଷକ ଶ୍ରୀ ଦୁର୍ଗାମାଧବ ବେହେରାଙ୍କ ବଦଳି ପାଇଁ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନା ମୁତାବକ ମଙ୍ଗଳବାର ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପଢାଇଥିଲେ ଓ ପିଲାମାନଙ୍କୁ ପ୍ରଶ୍ନ ପଚାରିଥିଲେ ।ଉତ୍ତର ଦେଇ ନ ପାରିବାରୁ ରାଗିଯାଇ ବେତରେ ପିଟିଥିଲେ ।ପିଲାମାନଙ୍କ ଶରୀରରେ ବେତ ଚିହ୍ନ ରହିବା ସହ ଚାଲି ପାରି ନ ଥିଲେ ,କିଛି ଅଚେତ ହୋଇ ଯାଇଥିଲେ । ୩୨ ଜଣ ଛାତ୍ରଛାତ୍ରୀ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ୨୫ ଜଣକୁ ମାଡ ମାରିଥିବା ଅଭିଯୋଗ ହୋଇଛି ।ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୁଧବାର ଘଟଣାର ତଦନ୍ତ କରିଛନ୍ତି ।ବିଦ୍ୟାଳୟ କମିଟିର ସଭାପତି ଶ୍ରୀ ନାନୁ ପଟ୍ଟନାୟକ, ଶ୍ୟାମ ହରିଜନଙ୍କ ସମେତ ୧୨ ଜଣ ସଦସ୍ୟ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ ବି.ଇ.ଓ.ତିଳୋତ୍ତମା ଗରଡା ତଦନ୍ତ କରିଥିବା ଜଣାପଡିଛି ।ଏକ ସପ୍ତାହ ମଧ୍ୟରେ ବଦଳି ନ କଲେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।ଏ ସମ୍ପର୍କରେ ବି.ଇ.ଓ.ସୁଶ୍ରୀ ତିଳୋତ୍ତମା ଗରଡାଙ୍କୁ ଯୋଗାଯୋଗ କରିବାରୁ ଶିକ୍ଷକ ଜଣକ ମାଡ ମାରିଥିବା କଥା ସ୍ବୀକାର କରିଛନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ନାହାକଙ୍କୁ ଆଜି ରିପୋର୍ଟ ପ୍ରଦାନ କରାଯାଇଛି,ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: