ସାଧାରଣ ଜନତାଙ୍କ ସ୍ୱର

କ୍ରୀଡ଼ା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ୱେବ ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୧-୨): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରି ଶବର ଙ୍କ ସଭାପତିତ୍ବରେ ଅବସର ପ୍ରାପ୍ତ ଶିକ୍ଷକ ଭି ପ୍ରକାଶ ରାଓ, ଚନ୍ଦ୍ରମଣି ଦାସ,ଶରତ ଚନ୍ଦ୍ର ପାଢୀ, ଗୋପାଳ ଚନ୍ଦ୍ର ପାଢୀ ଓ ସୁକୁମାରି ଗମାଙ୍ଗ ମଞ୍ଚାସିନ ଥିଲେ।46b3507f ecc1 4e46 8af9 4e9fd2502578

ବର୍ତ୍ତମାନ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଜଗଦୀଶ ପ୍ରସାଦ ଦାସ ଙ୍କୁ ଶିକ୍ଷକ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଜଣେ ପରଉପକାରୀ, ଛାତ୍ର ପ୍ରେମୀ ଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ମୋନଜ କୁମାର ସାହୁକର, ଏସ ସମେଶ୍ବର ରାଓ,ଉମାଶାଙ୍କର ଖରା,ଅଜିତ କୁମାର ଦାସ,ପ୍ରଦୀପ କୁମାର ଦଳେଇ,ରାମ ଚନ୍ଦ୍ର ପ୍ରଧାନ ସମେତ ତୃପ୍ତି ବିଡିକା, ବାଦଲ ନାଚିକା ପ୍ରମୁଖ ଉପସ୍ଥିତ ରହି ବିଦାୟ ଶିକ୍ଷକ କୁ ଉପଢୋକନ ସହିତ କିଛି ଜିନିଷ ଦେଇ ଘର ପର୍ଯ୍ୟନ୍ତ ଛାଡିଥିଲେ। ମଞ୍ଚାସିନ ଅତିଥି ଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ଉପ ଢୋକନ ପ୍ରଧାନ କରାଯାଇଥିଲା।

Welcome to Odisha News24

%d bloggers like this: