କୋଶଲି ଭାଷା ସଂଗ୍ରାମୀ ଚତୁର୍ଭୁଜ ସାଆନ୍ତଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୭/୦୬): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଆୟୋଜକ ବଏଠା ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଟିଟିଲାଗଡ଼ ବିଶିଷ୍ଠ କବି ଚତୁର୍ଭୁଜ ସାଆନ୍ତ କୋଶଲି ଭାଷାକୁ ସମ୍ବିଧାନ ସ୍ୱୀକୃତି ପାଇବା ଦିଗରେ ଅନବରତ ଚେଷ୍ଠା କରୁଥିଲେ ସେ” ଧରସା “ଦଳଦଲି “ଆଦି ପୁସ୍ତକ ରଚନା କରି ବେଶ ପ୍ରସଂସିତ ହୋଇଥିଲେ |କୋଶଲି ଭାଷା ଓ ସଂସ୍କ୍ରୁତି ଦିଗରେ ଗବେଷଣାତ୍ମକ କାର୍ଯ୍ୟ କରିଆସୁଥିଲେ |

ଗତ ୩୦/୦୫/୨୧ ଦିନ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିଲେ | ଗୁଗୁଲମିଟ ମାଧ୍ୟମରେ ସ୍ମୃତି ସଭା ଆୟୋଜିତ ହୋଇଥିଲା | ବଏଠା ଅନୁଷ୍ଠାନର ସଦସ୍ୟ ମାନେ ସ୍ବର୍ଗତ ସାଆନ୍ତଙ୍କ ସାହିତ୍ୟ କୃତି ଓ କୋଶଲି ଭାଷା ପ୍ରତି ଥିବା ଅବଦାନ କୁ ସ୍ମୃତି ଚାରଣ କରିଥିଲେ | ଉଦଘାଟନ କରିଥିଲେ କ୍ରୀଡ଼ାବିତ ଶ୍ରୀପତି ସାଣ୍ଢ ଯୋଗଦେଇଥିଲେ “ବଏଠା ” ସଭାପତି ଅଶୋକ କୁମାର ତରିଆ, ମଧୁସୂଦନ ମହାନନ୍ଦ, ଦିଲୀପ ପଶାୟତ, ତରୁଣ ସିଂ ଦୀପ, ଦିଲୀପ କୁମାର ପଶାୟତ, ନରସିଂହ ସାହୁ, ପୁସ୍ତମ ଜୁଆଡି, ଯଶୋବନ୍ତ ସାହୁ, ମହେଶ୍ୱର ପଧାନ ସହଯୋଗ କରିଥିଲେ ବଏଠା ଅନୁଷ୍ଠାନର ଦନାର୍ଦ୍ଦନ ବଗର୍ତ୍ତୀ, ଦୀନେଶ କୁମାର ହଂସ, ବଜରଙ୍ଗ ସାଣ୍ଢ, କୋଶଲ କବି ମଧୁସୂଦନ ନାଗ ପ୍ରମୁଖ ଉପସ୍ଥିତ ଥିଲେ | ସଂଯୋଜନା କରିଥିଲେ ଲିଲୁ ମୋହନ ପଧାନ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: