କୋରାପୁଟ ବିଧାୟକଙ୍କ ଉପସ୍ଥିତରେ ସମିତି ବୈଠକ ଅନୁଷ୍ଠିତ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରିଗୁଡା (୧୮/୧୨): ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ନେତୃତ୍ୱରେ ବ୍ଲକ ସଭା ଗୃହରେ ଆଜି ସକାଳେ ସମିତି ବୋୖଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପୋଡlଲ ଯୋଗ ଦେଇଥିଲେ l

ସେହିପରି ଉପାଧ୍ୟକ୍ଷ ତ୍ରିଲୋଚନ ଜେନା,ଜିଲ୍ଲା ପରିଷଦ ସଭ୍ୟା ହୀରାମଣି ପୂଜାରୀ,କୋରାପୁଟ ସାଂସଦ ପ୍ରତିନିଧି ପି. ରମେଶ ପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସାଥିରାମ ନାୟକ, ବ୍ଲକ ସଭାପତି ବିଜୟ ସାମନ୍ତରାୟ,ଏ.ଇ – କରୁଣା ସାଗର ବେହେରା,ଜି.ପି.ଇ.ଓ – ରାମ ପ୍ରସାଦ ଦୋରା ପ୍ରମୁଖ ମଞ୍ଚାସିନ ଥିଲେ lପ୍ରଥମେ ବିଧାୟକଙ୍କ ଦ୍ୱାରା ବ୍ଲକ କାର୍ଯାଳୟ ପରିସରରେ ନୂତନ ସଭା ଗୃହ ଉଦଘାଟନ କରାଯାଇଛି l ବ୍ଲକର କୁଡ଼ିଏ ଟି ପଂଚାୟତର ଲୋକ ପ୍ରତିନିଧି ସରପଞ୍ଚ, ସମିତି ଏବଂ ବ୍ଲକ ସ୍ତରୀୟ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ l ବୋୖଠକରେ ପ୍ରତିନିଧି ମାନେ ନିଜ ପଞ୍ଚାୟତ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହାର ସମାଧାନ ପାଇଁ ବିଭାଗୀୟ ସରକାରୀ କର୍ମଚାରୀଙ୍କୁ ବିଧାୟକ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: