ସାଧାରଣ ଜନତାଙ୍କ ସ୍ୱର

କୋରାପୁଟ, ବନ୍ଧୁଗାଁ ବ୍ଲକରେ ଭାରତ ବନ୍ଦର ପ୍ରଭାବ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୮/୧୨/୨୦): ସାରା ଭାତତରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କୃଷକ ସଂଘଠନ ପକ୍ଷରୁ ଭାରତ ବନ୍ଦ କରାଯାଉଥିବା ବେଳେ ଏହାର ପ୍ରଭାବ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଠାରେ ଦେଖିବାକୁ ମିଳିଛି |

ଆଜି ସିପିଆଇ ଏମ ଏଲ ଏ, ଲିବେରସନ ଅଧିକାରୀ ରାଜ୍ୟ ସମ୍ଫାଦକ ଶ୍ରୀ ତିରୁପତି ଗୋମାଙ୍ଗ, ଜିଲା ସମ୍ଫାଦକ ଶ୍ରୀ ପ୍ରକାଶ ହିକକା, ଓ ବନ୍ଧୁଗାଁ ବ୍ଲକ ସଭାପତି ଶ୍ରୀ କୃଷ୍ଣ ତାଡିଙ୍ଗ,ବ୍ଲକ ସମ୍ଫାଦକ ମାଧବ ରାତନାଲୁ, ବ୍ଲକ ସିପିଆଇ ଏମ ଏଲ ଏ ମେମ୍ବର କ୍ରିଷ୍ଣା ହୁଇକା, ଓ ପୁଆଲା ତାମେୟା ଓ ବନ୍ଧୁଗାଁ ବ୍ଲକର କର୍ମୀଙ୍କ ସହ ଆଜି ସାନସୋର ପୋଲି ଛକ ଠାରେ ଚକଯାମ କରି ରାସ୍ତାକୁ ପଥର, ଟାୟାର, ଓ ବେନର ଲଗାଈ ସକାଳ ୬ ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ରାସ୍ତା ବନ୍ଦ କରିଥିଲେ | ଏହି ଭାରତ ବନ୍ଦକୁ ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ସାଂସଦ ପ୍ରତିନିଧି ଶ୍ରୀ ଲକ୍ଷ୍ମଣ ଖସଲା ମଧ୍ୟ ସମର୍ଥନ କରିଥିବାର ଦେଖିବାକୁ ମିଳିଛି I ରାସ୍ତା ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଜରୁରୀ କାଳିନ ସେବା ଯୋଗାଉଥିବା ପ୍ରତିଷ୍ଟାନ ଗୁଡିକ ଖୋଲା ରହିଛି I

Welcome to Odisha News24

%d bloggers like this: