କୋରନା କଟକଣା ଅବମାନନା ସାତ ଦୋକାନ ସିଲ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧୮/୫): କନ୍ଧମାଳ ଜିଲ୍ଲାରେ କୋରନାର ଦ୍ୱିତୀୟ ଲହର ପ୍ରଭାବରେ ପ୍ରତ୍ୟେକ ଦିନ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ଏଥିରେ ରୋକ ଲଗାଇବା ପାଇଁ ବାଲିଗୁଡା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିବା ବେଳେ କେତେକ ଅମାନିଆ ତାକୁ ମାନୁ ନ ଥିବା ନଜରକୁ ଆସିଛି |

ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି | ଲକ ଡାଉନ ସମୟରେ କେତେକ ଦୋକାନ ଅନୁମତି ନ ଥାଇ ଖୋଲି ଥିବା ଦେଖାଯାଇଥିଲା | ଯାହାକୁ ବାଲିଗୁଡା ତହସିଲଦାର ସଶାଙ୍କ ଶେଖର ପାତ୍ର ଗୁରୁତର ନେଇ ଦୋକାନ ସିଲ କରିବା ସହିତ ଜୋରିମାନା ମଧ୍ୟ ଆଦାୟ କରିଛନ୍ତି | ବାଲିଗୁଡା ସହରରେ ଅନୁମତି ନ ଥାଇ ଇଲୋକଟ୍ରୋନିକ, ସମେତ ଅନ୍ୟ ସାତୋଟି ଦୋକାନକୁ ସିଲ କରିବା ସହିତ ପାଞ୍ଚ ହଜାର ଦୁଇ ଶହ ଟଙ୍କା ଆଦାୟ କରାଯାଇଥିବା ତହସିଲଦାର କହିଛନ୍ତି | ପୂର୍ବରୁ ମଧ୍ୟ ଅମାନ୍ୟ ହୋଇ ସଟ ଡାଉନରେ ଖୋଲି ଥିବା ଦୁଇଟି ଦୋକାନ ସିଲ କରାଯିବା ସହ ଫାଇନ କଟା ଯାଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: