କୋମାରେ ପୂର୍ତ୍ତ ବିଭାଗ- ଧଳା ପୋଷାକଧାରୀ ଛତ୍ରଛାୟା ତଳେ ଚାଲିଛି କୋଟି କୋଟି ଟଙ୍କାର ନିମ୍ନମାନର କାମ

ରିପୋର୍ଟ: ରାକେଶ ମହାରଣା //
କୋଦଳା (୦୫/୦୨): ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତ ବିଭାଗରେ ଚାଲିଛି କୋଟି କୋଟି ଟଙ୍କାର କାମ ହେଲେ ତଦାରଖ କରିବା ନିମନ୍ତେ ଅଫିସରଙ୍କୁ ସମୟ ନାହିଁ | ଏହିପରି କାମ ଦେଖିବାକୁ ମିଳିଛି ବେଗୁନିଆପଡ଼ା ବ୍ଳକର ସୁମଣ୍ଡଳ ଠାରେ । ୩୧/୧୨/୨୦୧୮ ରେ କଣ୍ଟ୍ରାକ୍ଟର ନଟବର ବେହେରା ନାମରେ ବାଣିଆ ବାଡ଼ି ଛକ ଠାରୁ ସୁମଣ୍ଡଳ ରାସ୍ତା ପର୍ଯ୍ୟନ୍ତ ୧୨୦୦ ମି.ମି କଂକ୍ରିଟ ବାବଦକୁ ନିର୍ମାଣ ପାଇଁ ୧ କୋଟି ୩୧ ଲକ୍ଷ ୨୬ ହଜାର ୨୨୮ ଟଙ୍କା ମଞ୍ଜୁର ହୋଇଥିଲା ।

ଏହା ୩୦/୦୬/୨୦୧୯ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶେଷ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହା ଏବେ କିଛି ମାସ ହେବ ଆରମ୍ଭ ହେଉଛି । ଶୁଣିବାକୁ ମିଳୁଛି କାଳେ ଏହି କାମକୁ ଜୈନିକ ବ୍ୟକ୍ତି ନଟବର ବେହେରାଙ୍କ ନାମରେ ଆଣି ସିଏ ଅନ୍ୟ ଜଣଙ୍କୁ ବିକ୍ରି କରି ଖୁବ ଟଙ୍କା ନେଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଗୋଟିଏ କାମକୁ ତିନୋଟି କଣ୍ଟ୍ରାକ୍ଟର ମିଶି ଅତି ନିମ୍ନମାନର କାମ କରୁଥିବା ନଜର ରହିଛି । ଏହା ବି ଶୁଣିବାକୁ ମିଳୁଛି ଯେ ଏହି କଣ୍ଟ୍ରାକ୍ଟର ମାନଙ୍କ ରାଜନୀତି ରେ ଲମ୍ବା ହାତ ରହିଛି । ତେଣୁ ଏହି କାମକୁ କୋୖଣସି ଅଫିସର ମଧ୍ୟ ତଦାରଖ କରୁନାହାନ୍ତି । ଯାହା ଫଳରେ କି ଏହି କାମ ଅତି ନିମ୍ନ ମାନର ହେଉଛି । କିଛି ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି କାମ ପାଇଁ ଟେଣ୍ଡର ଫିକ୍ସିଂ ହୋଇଛି । କୋଟି କୋଟି ଟଙ୍କାର କାମ ଅତି ନିମ୍ନ ମାନର ହେଉଥିଲେ ମଧ୍ୟ କାହିଁକି ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଜେ.ଇ,ଏସ.ଡିଓ ତଦାରଖ କରୁନାହାନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାଳେ ଏହି କାମ ପାଇଁ ରାଜନେତାଙ୍କୁ ହାତଗୁଞ୍ଜା ଦେଉଛନ୍ତି । ରାଜ୍ୟ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ଯେ ରାଜ୍ୟରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ତାହାର ଏଠି ପ୍ରତିଫଳନ ଦେଖାଯାଉଛି । ଏଣୁ ଦେଖିବାକୁ ବାକି ରହିଲା ଯେ କେବେ ଏହା ଉପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଖିପଡୁଛି । ଆଗକୁ କିଭଳି ରାଜ୍ୟ ସରକାରଙ୍କ ରାଜକୋଷରୁ ଆସୁଥିବା କୋଟି କୋଟି ଟଙ୍କା ଯେପରି ବିଫଳ ନ ହେଇଯାଉ ସଠିକ ଦିଗରେ କାର୍ଯ୍ୟ ହେଉ ତାହା ଦେଖିବାକୁ ବାକି ରହିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: