କୋଭିଡ -୧୯ ସମୟରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବଦାହ ପାଇଁ ମାଗଣାରେ କାଠ ଯୋଗାଉଛନ୍ତି ରାମ ଗୋପାଳ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୩୦/୫): କୋଭିଡ -୧୯ରେ ହେଉ କିମ୍ବା ଅନ୍ୟ କୌଣସି କାରଣ ବଶତ ଯଦି କେହି ମୃତ୍ୟୁ ବରଣ କରୁଛନ୍ତି । ସେମାନଙ୍କ ଶବ ସତ୍କାର ପାଇଁ ମାଗଣାରେ କାଠ ଯୋଗାଉଛନ୍ତ ବିନିକା ଏନଏସି ର ଜଣେ କର୍ମଚାରୀ ତଥା ଉର୍ଲେ ଗ୍ରାମର ବାସିନ୍ଦା ରାମ ଗୋପାଳ ବାଗ । ସେ ପାପକ୍ଷୟ ଘାଟ ସ୍ୱଶାନ ଠାରେ ପ୍ରାୟ ଦୁଇ ଶହ କୁଇଣ୍ଟାଲ କାଠ ଗଛିତ ରଖିଛନ୍ତି ।

ଅଦ୍ୟାବଧି ମାଗଣାରେ ୭୦ କୁଇଣ୍ଟାଲ କାଠ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଦେଇ ସାରିଲେଣି । ଯେ କୌଣସି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ସମେତ କୋଭିଡ଼ -୧୯ରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ମାଗଣାରେ କାଠ ଯୋଗାଇ ଦେଉଛନ୍ତି । ଏହି କାଠ ସେ ତାଙ୍କ ଦରମାରୁ କିଣି ଯୋଗାଉଥିବା ପ୍ରକାଶ କରିଛନ୍ତି । ବିଶେଷ କରି କୋଭିଡ – ୧୯ରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାରରେ ସାମିଲ ହେବା ପାଇଁ ତାଙ୍କ ସମ୍ପର୍କୀୟମାନେ ଇଛା ପ୍ରକାଶ କରୁ ନ ଥିବା ବେଳେ କିନ୍ତୁ ପ୍ରଶାସନ ସହ ସାମିଲ ହୋଇ ଶବ ସତ୍କାରରେ ରାମ ଗୋପାଳ ଉପସ୍ଥିତ ରହୁଛନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଏସସି / ଏସଟି କର୍ମଚାରୀ ସଂଘ ପକ୍ଷରୁ ରାମ ଗୋପଲଙ୍କୁ ସମ୍ବାନୀତ କରାଯାଇଥିଲା ।

Welcome to Odisha News24

error: Content is protected !!
%d bloggers like this: