ସାଧାରଣ ଜନତାଙ୍କ ସ୍ୱର

କୋଭିଡ-୧୯ ପୁନର୍ବାର ପ୍ରତ୍ୟାବର୍ତ୍ତନର ସମ୍ଭବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜନ ସଚେତନତା ଅଭିଯାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ଟିକିରି,ରାୟଗଡା (୨୬/୦୨): ରାୟଗଡାରେ କୋଭିଡ -୧୯ ମହାମାରୀ ପୁନର୍ବାର ବ୍ୟାପୁଥିବାର ସମ୍ଭବନାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜଣସଚେତନତା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟେ ମିଳିତ ଭାବେ ଅଭିଯାନ ଆରମ୍ଭ କରିଛନ୍ତି |

ଏଥି ନିମନ୍ତେ ଗତକାଲି ସନ୍ଧ୍ୟାରେ ସମସ୍ତ ଜନସାଧାରଣଙ୍କୁ ଯନ୍ତ୍ର ଚୁଙ୍ଗା ମାଧ୍ୟମରେ ନିଜନିଜ ଘରୁ ବାହାରିବା ପୂର୍ବରୁ ମାସ୍କ ବ୍ୟବହାର କରିବେ, ତତ ସହିତ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ, ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ ସପିଙ୍ଗ ମୋଲ, ସମସ୍ତ ଦୋକାନ ବଜାର, ବାହାଘର ଓ ବ୍ରତଘର ଆଦି ସ୍ଥାନମାନଙ୍କରେ ସମ୍ପୂର୍ଣ ସାମାଜିକ ଦୂରତା ପାଳନ କରିବେ ଏବଂ ସାନିଟାଈଜର ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାକୁ ନୁରୋଧ କରିଥିଲେ | ଏହି ଅଭିଯାନରେ ଉପଜିଲ୍ଲାପାଳ, ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ରାୟଗଡ ଶ୍ରୀ ଉମାଶଙ୍କର ବେହେରା, ଟାଉନ ଥାନା ଅଧିକାରୀ ଶ୍ରୀ ନିହାର ରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ସ୍ଥାନୀୟ ଅଭରବ୍ରିଜ ଠାରୁ ଆରମ୍ଭ କରି କପିଳାଶ ଛକ, ଗଜପତି ଛକ, ରେଲୱେବାଇ ଛକ, ସାଇ ଇଣ୍ଟରନଶୀନାଲ ଛକ, ତୁମ୍ବିଗୁଡା ଛକ, ହାଉସିଂବୋର୍ଡ ଛକ, ହିରୋଶୋରୁମ, ରିଳାଇନ୍ସ ମାର୍କେଟ ଓ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ରାୟଗଡ଼ ସହର ଜନଗହଳି ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ | ଆଗାମୀ ଦିନରେ ଏହି ନିୟମ ଅବମାନନା କରିଲେ ଆଇନ ଅନୁଯାୟୀ ଜୋରିମାନା ଆଦାୟ କରାଯିବ ବୋଲି ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିଶ ରାୟଗଡ- ଶ୍ରୀ ପ୍ରଧାନ ସତର୍କ କରାଇଛନ୍ତି |

Welcome to Odisha News24

%d bloggers like this: