କୋଭିଡ-୧୯ ଆଳରେ ସାଧାରଣ ଗ୍ରାହକଙ୍କୁ ନିଜ ମନଇଚ୍ଛା ବ୍ୟାଙ୍କ ନିୟମ ଦର୍ଶାଇ ଶୋଷଣ ଅଭିଯୋଗ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୦୧-୦୬): କୋଭିଡ-୧୯ ସରକାରୀ ନିୟମାନୁସାରେ ସାଧାରଣଙ୍କ ସମସ୍ତ ପ୍ରକାର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ସରକାରୀ ଭାବେ ପ୍ରଦାନ କରଜାଉଥିବା ସୁବିଧା, ସୁଯୋଗରେ ସାମାନ୍ୟ ଅବହେଳା ଅବା ଅଭିଯୋଗ ବରଦାସ୍ତ ନ କରି ସୁଚାରୁ ରୂପେ ସମସ୍ତ ସେବା ଯୋଗାଇଦେବା କ୍ଷେତ୍ରରେ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ମନୋମୁଖୀ ଓ ଖାମ ଖିଆଲ ମନୋଭାବ ସହ ଦାଇତ୍ୱ ହୀନତା ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ସ୍ଥିତ ତିନି ଗୋଟି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଯଥା, ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା, ଇଣ୍ଡିଏନ ଓଭର ସିଜବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ରେ ସ୍ବଳ୍ପ ସମୟ ମଧ୍ୟରେ ଗ୍ରାହକ ଙ୍କୁ ସମ୍ପୂର୍ଣ୍ଣ ସେବା ଯୋଗାଇ ଦିଆଯିବା ନିର୍ଦ୍ଦେଶ ଥାଇ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସରକାରୀ ନିର୍ଦ୍ଦେଶ ନ ଥାଇ ନା ନା ଆଳରେ ସାଧାରଣ ଗ୍ରାହକଙ୍କୁ ନୁତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା,ଚେକ ବ୍ୟବସ୍ଥା, କେ,ୟାଇ,ସି, ସହ ଟଙ୍କା ଆଦାନ,ପ୍ରଦାନ ନେଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ଅଭିଯୋଗ ଅନୁଯାୟୀ ଟିଟିଲାଗଡ ମୁଖ୍ୟ ଷ୍ଟେଟବ୍ୟାଙ୍କ ଶାଖା ରେ ଦୁର,ଦୁରାନ୍ତ ରୁ ବ୍ୟାଙ୍କ ଖାଲି ରହିବା ଓ ଭିଡ଼ ରହି ଥିବା ସମୟରେ ମୁଖ୍ୟ ଗେଟ ରେ ଥିବା ସିକୁରୀଟି ଗାର୍ଡ ଗ୍ରାହକ ଙ୍କୁ ଅପେକ୍ଷା କେରେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନା କୌଣସି କାରଣ ରେ ଠିଆ କରି ରଖେଇବା ସହ ସମୟ ନ ଥିବା କହି ବ୍ୟାଙ୍କ ବନ୍ଦ ହେବା ଦର୍ଶାଇ ଫେରାଇ ଦେବା,ନୂତନ ତଥା ,ଚେକ ସମ୍ପର୍କିତ କାର୍ଯ୍ୟ,କେ,ୟାଇ,ସି ପ୍ରକ୍ରିୟା ପାଇଁ ଭିତରେ ଉକ୍ତ ବିଭାଗ କାର୍ଯ୍ୟରତ କର୍ମଚାରୀ ଉପସ୍ଥିତ ନ ରହିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ସେହିପରି ମାର୍ଚ୍ଚ ମାସରେ ଅଡିଟ ଚାଲିବ କହି ଗ୍ରାହକ ଙ୍କୁ ଫେରାଇଦେବା ଓ ପରେ କୋଭିଡ-୧୯ ପାଇଁ ସମୟ କମ ଆଳ ଦେଖାଇବା ରୁ ଅସନ୍ତୋଷ ବୃଦ୍ଧି ପାଉଛି । ସେହିପରି ଇଣ୍ଡିଏନ ଓଭର ସିଜ ବ୍ୟାଙ୍କ ରେ ଅନୁରୂପ ଭାବେ ବାରମ୍ବାର ବ୍ୟାଙ୍କ କୁ ଧାଇଁ ସୁଦ୍ଧା ଗ୍ରାହକ ଙ୍କୁ ଦୁର୍ବ୍ୟବହାର ଓ ଦାୟିତ୍ୱ ହୀନତା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରକାଶ ଯୋଗ୍ୟ ଯେ,ଏହି ବ୍ୟାଙ୍କ ରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନିମନ୍ତେ ବାରମ୍ବାର ଧାଇଁ ସମସ୍ତ ଆବଶ୍ୟକ ମୁତାବକ କାଗଜପତ୍ର ଦାଖଲ କରିବା ସତ୍ୱେ ଜନ୍ମପ୍ରମାଣ ପତ୍ର ଦେବା ନିତାନ୍ତ ଆବଶ୍ୟକ ବୋଲି ପୂର୍ବରୁ ନ ଜଣାଇ ଶେଷ ପର୍ଯ୍ୟାୟରେ ଜଣେ ସନ୍ଧ୍ୟା ବାଗ ନାମ୍ନୀ ଯୁବତୀ ଙ୍କୁ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଦୁର୍ବ୍ୟବହାର ସହ ଗାଳି, ଗୁଲଜ କରି ଅନ୍ୟ ବ୍ୟାଙ୍କ ରେ ଖାତା ବା ଏକାଉଣ୍ଟ ଥିବା ଦର୍ଶାଇ ବ୍ୟାଙ୍କ ରୁ ଆକାଉଣ୍ଟ ନ ଖୋଲି କାର୍ଯ୍ୟରତ ମଧୁ ସୁଦନ ମହାଲିଙ୍ଗ ନାମକ ଦାଇତ୍ୱରତ କର୍ମଚାରୀ ଙ୍କ ବିରୋଧ ରେ ଜିଲ୍ଲା ଖାଉଟି ଅଦାଲତ ରେ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ଦେଇଛନ୍ତି । ସେହିପରି ବିଗତ ଦିନରେ କର୍ପୋରେସନ ବ୍ୟାଙ୍କ କରୋନା ରେ କିଛି କର୍ମଚାରୀ ଆକ୍ରାନ୍ତ ହେବା ଯୋଗୁଁ ମାଶାଧିକ କାଳ ବନ୍ଦ ରହିଥିବା ବେଳେ ଏବେ ବ୍ୟାଙ୍କ ଖୋଲା ରହିବା ନିୟମ ର ଖିଲାପ କରି ଭିତରେ ମାତ୍ର କିଛି ନିର୍ଦିଷ୍ଟ କର୍ମଚାରୀ ଆସି ରହି ଭିତରୁ ଗେଟ ବନ୍ଦ ରଖି ଚାଲିଯିବା ଯୋଗୁଁ ଗ୍ରାହକ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ଅପର ପକ୍ଷ ରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖା ରେ ନୂତନ ଆକାଉଣ୍ଟ ଖୋଲିବା ରେ ଅବହେଳା ସହ ଚେକ ଡ଼ିପୋଜିଟ ବା ଜମା କରି ମାସ,ମାସ ଧରି ଅପେକ୍ଷା କରି ନିରାଶ ହୋଇ ଆସିବା ଓ ଏହି ବ୍ୟାଙ୍କ ରେ କର୍ମଚାରୀ ଜାଣି,ଶୁଣି କିଛି ତ୍ରୁଟି ବାହାର କରି ଗ୍ରାହକ ଙ୍କୁ ସୂଚନା ନ ଦେଇ ଅବା ମୋବାଇଲ ମେସେଜ ନ କରି ବଲାଙ୍ଗୀର ଚେକ ଯିବ ସେଠୁ ଆସିବ କହି ଚେକ ବାଉଁସ ଦର୍ଶାଇ ଉଭୟ ପକ୍ଷରୁ ଅର୍ଥ ଆଦାୟ କରି ହଇରାଣ କରିବା ପରି ଗୁରୁତର ଅଭିଯୋଗ ହୋଇ ଆସୁଛି । ଏ ନେଇ କୋଭିଡ-୧୯ ସମୟରେ କିପରି ସାଧାରଣ ଗ୍ରାହକ କିପରି ଉପଯୁକ୍ତ ବ୍ୟାଙ୍କ ସେବା ପାଇ ପାରିବେ ସେ ଦିଗରେ ତୁରନ୍ତ ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦାବୀ ପ୍ରକାଶ ପାଇଛି ।

Welcome to Odisha News24

error: Content is protected !!
%d bloggers like this: