କୋଭିଡ ଷ୍ଟାଫ ନର୍ସମାନଙ୍କ ସ୍ଥାୟୀ ନିଯୁକ୍ତି ନିମନ୍ତେ ଦାବି

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୩/୧୨): ସ୍ଥାୟୀ ନିଯୁକ୍ତି ଦାବୀରେ ଜେକେପୁର ସ୍ଥିତ କୋଭିଡ-19 ହସ୍ପିଟାଲ ସମ୍ମୁଖରେ କରୋନା ଜଦ୍ଧା ଷ୍ଟାଫ ନର୍ସଙ୍କ ଧାରଣା । କୋଭିଡ ସମୟରେ ସେମାନଙ୍କର ଆବଶ୍ୟକ କରି ରଖିଲେ ଓ ପରେ ସେମାନଙ୍କୁ କ୍ଷୀରରୁ ମାଛି କାଢ଼ି ଫିଙ୍ଗିଲା ପରି ଫିଙ୍ଗିଦେଲେ ସରକାର ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ସେମାନେ ମିଶନ ଡ଼ାଇରେକ୍ଟର NHM ଓଡିଶା, ଆଡିସନାଲ ସେକ୍ରେଟାରୀ ଫେମିଲି ୱେଲଫେର ଡିପାର୍ଟମେଣ୍ଟ ଭୁବନେଶ୍ୱର, CDMO & PHO ରାୟଗଡା ସହିତ ରାୟଗଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଧାରଣା ଦେବାକୁ ବାଧ୍ୟ ହେଲେ ବୋଲି ସଂଘର ସଭାପତି ରଶ୍ମିତା ପଲେଇ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗତ ଏପ୍ରିଲ9 ତାରିଖ ଦିନ ସରକାରଙ୍କ ପକ୍ଷରୁ କରୋନା ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ 32ଜଣ ଷ୍ଟାଫନର୍ସଙ୍କୁ ଦୈନିକ ଏକ ହଜାର ଟଙ୍କା ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ବୋଲି କହି ନିଯୁକ୍ତି ପ୍ରଦାନ କରିଥିଲେ । ଇତି ମଧ୍ୟରେ ଦୁଇଦୁଇ ଥର ସେମାନଙ୍କ ନିଯୁକ୍ତିକୁ ରିନେବାଲ କରାଯାଇଛି। ଇତି ମଧ୍ୟରେ ସେମାନଙ୍କୁ 4ମାସର ଦରମା ପ୍ରଦାନ କରାଯାଇନଥିବା ବେଳେ ଓଲଟି ସରକାର ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେବା ଦୁର୍ଭାଗ୍ୟର ବିଷୟ , ଯାହାକି ବର୍ତ୍ତମାନ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ନୂତନ ଭାବରେ ଷ୍ଟାଫନର୍ସ ନିଯୁକ୍ତି ନିମନ୍ତେ 6,400ଟି ପଦବୀ ପାଇଁ ବିଂଜ୍ଞାପନ ବାହାର କରିଛନ୍ତି ସରକାର।  ଏହି ନିଯୁକ୍ତିରେ ପ୍ରଥମେ ରାୟଗଡ଼ା ଜିଲ୍ଲା ଷ୍ଟାଫନର୍ସଙ୍କୁ ନିଯୁକ୍ତି ସୁଯୋଗ ଦିଆଗଲା ପରେ ଅନ୍ୟମାନଙ୍କୁ ନିଯୁକ୍ତି ଦେବାପାଇଁ ରାୟଗଡା ଷ୍ଟାଫ ନର୍ସ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି | ଏହି ଧାରଣାରେ ସଂଘର ସଭାପତି ରଶ୍ମିତା ପଲେଇ, ସାଧାରଣ ସମ୍ପାଦକ ଲୋପିତା ଗମାଙ୍ଗଙ୍କ ସହିତ ଅନ୍ୟମାନେ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । ଯଦି ସରକାର ସେମାନଙ୍କ ଦାବୀ ନ ମାନନ୍ତି ତେବେ ଆଗାମୀ ଦିନରେ ସଙ୍ଘ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି।

Welcome to Odisha News24

error: Content is protected !!
%d bloggers like this: