କୋଭିଡ ନିୟନ୍ତ୍ରଣ ନିମନ୍ତେ ୨୪ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲେ ଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ ତl.୨୮/୦୪): ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ରାୟଗଡ ଜିଲାରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଉଛି | ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚଦ୍ର ପଣ୍ଡାଙ୍କ ତତ୍ତ୍ୱlବଧାନରେ ଦୁଇଜଣ ଓଡିଶା ପ୍ରଶାସନିକ ଅଧିକାରୀ ଓ ଜଣେ ଓଡିଶା ରାଜସ୍ୱ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି |

ଏହି ଅଧିକାରୀ ମାନେ ହେଲେ ଓଡିଶା ପ୍ରଶାସନିକ ଅଧିକାରୀ ସ୍ମରଣିକା ତୁଳ, ଶ୍ରୀ ଜ୍ଞାନରଞ୍ଜନ ମାଝୀ ଓ ଓଡିଶା ରାଜସ୍ବ ଅଧିକାରୀ ଶ୍ରୀ ଦିବାକର ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି | ଏହି ଅଧିକାରୀଙ୍କ ତତ୍ତ୍ୱବଧାନରେ ଜିଲ୍ଲାର କୋଭିଡ ସଂକ୍ରlତୀୟ ଅଭିଯୋଗ ଗ୍ରହଣ କରିବେ ଏବଂ ରେଜିଷ୍ଟେରରେ ଲିପିବଧ କରି ରଖିକି ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଅବଗତ କରାଇବେ | ଏହି କ୍ରମରେ ଏହି ଅଧିକାରୀ ମାନଙ୍କୁ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି | ଏହି ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ନମ୍ବର ହେଲା :- ୨୨୪୦୮୨ /୨୨୪୦୬୨ /୧୦୭୭ (ଵିନିଶୁଳ୍କ ) ଉପଲବଦ୍ଧ ହେବ | ଯେ କୌଣସି ବ୍ୟକ୍ତି ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ଯୋଗାଯୋଗ କରିପାରିବେ | ନିୟନ୍ତ୍ରଣ କକ୍ଷଟି ସକାଳ ୭.୦୦ ଘଟିକାରୁ ଅପରାହ୍ନ ୨.୦୦ ଘଟିକା, ଅପରାହ୍ନ ୨ .୦୦ ଘଟିକାରୁ ରାତ୍ର ୧୦ .୦୦ ଘଟିକା ଓ ରାତ୍ର ୧୦ .୦୦ ଘଟିକାରୁ ସକାଳ ୭ .୦୦ ଘଟିକା ପର୍ଯ୍ୟନ୍ତ ତିନିଟି ପର୍ଯ୍ୟାୟରେ ଆସନ୍ତା ତ ୨୯ .୦୪ .୨୦୧୧ ରିଖରୁ ତା.୧୬ .୦୫ .୨୦୧୧ ରିଖଯାଏଁ ଚାଲିବ ଏବଂ ଆବଶ୍ୟକ ପଡିଲେ ପରିସ୍ଥିତିକୁ ଦେଖି ସମୟସୀମା ବୃଦ୍ଧି କରାଯିବ | ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଏହା ନିୟମିତ ତଦାରଖ କରିବେ | ନିୟନ୍ତ୍ରଣ କକ୍ଷ ଦାୟିତ୍ୱ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଅବହେଳା କଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ |

Welcome to Odisha News24

error: Content is protected !!
%d bloggers like this: