କୋଭିଡ ଡ୍ରାୟରନ ତଦାରଖ କଲେ ଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (୧୪/୦୧): ଆସନ୍ତା ତା ୧୬.୦୧.୨୧ ରିଖରେ ସାରାଦେଶରେ ପ୍ରମୁଖ କୋଭିଡ ଯୋଦ୍ଧା ମାନଙ୍କୁ ଟୀକାକରଣ କରାଯିବ l ଏଥିନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ଟିକା ପଠାଇଛନ୍ତି l ଆମ ରାୟଗଡ଼ ଜିଲ୍ଲାକୁ ଗତ ରାତିରେ ପହଁଚିଛି l ଜିଲ୍ଲାକୁ ପ୍ରଥମ ଥର ପାଇଁ ୫୪୦୦ଡୋଜ ଟିକା ପହଁଞ୍ଚିଛି l ଏହି ଟୀକାକରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗତ ଦୁଇଦିନ ଧରି ଦୈନିକ ମୁଖ୍ୟ ଚିକିତ୍ସାଳୟ ଯାଇ ଅନୁଧ୍ୟାନ କରିଛନ୍ତି l

ଟୀକା ରଖିବା ବ୍ୟବସ୍ଥାକୁ ନେଇ ଟିକାକରଣ କିପରି ସୁରୁଖୁରୁରେ କରାଯିବ ତାହା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଆର୍ତ୍ତବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ ଓ ନ୍ୟ ଚିକତ୍ସା ଅଧିକାରୀ ମାନଙ୍କୁ ସହିତ ଆଲୋଚନା କରିଥିଲେ l ପ୍ରକାଶ ଥାଉକି ଆସନ୍ତା ୧୬ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କଲାପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଓଡ଼ିଶାରେ ଶୁଭlରମ୍ଭ କରିବେ l ସେହି ଅନୁଯାୟୀ ଜିଲ୍ଲାର ପ୍ରମୁଖ କରୋନା ଯୋଦ୍ଧା ମାନଙ୍କୁ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀଙ୍କ ଏହି ଟୀକା ଦିଆଯିବ l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: