କୋଭିଡ ଟେଷ୍ଟିଙ୍ଗ କୁ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୪/୦୫): ରାୟଗଡା ପୌରପରିଷଦ ଅଞ୍ଚଳରେ କୋଭିଡ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଆଁଟିଯେନ୍ ଓ ଆରଟିପିସିଆର ଟେଷ୍ଟ ହୋଇ ଔଷଧ ବଣ୍ଟନ ହେଉଛି । କିନ୍ତୁ, ବାୟୁ ଦ୍ୱାରା ସଂକ୍ରମଣ ବ୍ୟାପୁଥିବାର ଭୟ କାରଣ ରୁ ସ୍ଥାନୀୟ ଲୋକେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିରୋଧ କରିଛନ୍ତି।

ରାୟଗଡ଼ା ସହରରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ଧରି ସହରର ଗାନ୍ଧୀନଗର ଓ ଇଁନ୍ଦୀରାନଗର ସ୍କୁଲ ଠାରେ କୋଭିଡ ପରୀକ୍ଷା ହେଉଥିଲା ଗତକାଲି ଏଠିକାର ସ୍ଥାନୀୟ ବାସିନ୍ଦା ଏହାର ତୀବ୍ର ବିରୋଧ କରିଥିଲେ। ତରବରିଆ ଭାବେ ସ୍ୱାସ୍ଥ୍ୟ ବିଭାଗ ରାୟଗଡ଼ା କଲେଜ ପରିସରକୁ କୋଭିଡ ପରୀକ୍ଷା ପାଇଁ ସ୍ଥାନାନ୍ତରିତ କରିଥିଲେ । ସେହି ଅଞ୍ଚଳରେ ମଧ୍ୟ ସ୍ଥାନୀୟ ବାସିନ୍ଦା କୋଭିଡ ପରୀକ୍ଷା କେନ୍ଦ୍ରକୁ ବିରୋଧ କରିବାରୁ ଆଜି ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ କୋଭିଡ ପରୀକ୍ଷା ପାଇଁ ପୁଣିଥରେ ସ୍ଥାନାନ୍ତରିତ ହଇଥିଲା । ଆଜିକୁ କିଛି ମାସ ହେଲା ସ୍ଥାନ ଅଭାବ ସତ୍ତ୍ବେ DHH ରେ ସରକାରୀ ଗାଇଡ ଲାଇନକୁ ଉଲ୍ଲଂଘନ କରି କୋଭିଡ ଟେଷ୍ଟ ହେଉଛି । DHH ଓ UPHC କୁ ଦୈନିକ ୫୦୦ ରୁ ୭୦୦ ବିଭିନ୍ନ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଦୈନିକ ୧୦୦ ରୁ ଉର୍ଦ୍ଧ୍ୱ କୋଭିଡ ଟେଷ୍ଟ ପାଇଁ ଆସୁଛନ୍ତି । ଫଳରେ ବିଭିନ୍ନ ରୋଗୀ ତାଙ୍କ ସଂପର୍କୀୟ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ କୋଭିଡରେ ସଂକ୍ରମିତ ହେବାର ଅଧିକ ଯଥେଷ୍ଠ ସମ୍ଭାବନା ରହିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୌରପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହରରେ ବର୍ତମାନ ସୁଦ୍ଧା ସ୍ଥାୟୀ କୋଭିଡ ପରୀକ୍ଷା କେନ୍ଦ୍ର ନିରୂପଣ କରି କାର୍ଯ୍ୟକ୍ଷମ କରିପାରିନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ସମନ୍ଵୟ ଅଭାବରୁ ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଫେଲ ମାରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏଥିପାଇଁ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରକାଶ ପାଇଛି।

Welcome to Odisha News24

error: Content is protected !!
%d bloggers like this: