କୋଭିଡ ଟୀକା ପାଇଁ ଲୋକେ ହନ୍ତସନ୍ତ, ହଜାର ହଜାର ଟଙ୍କା ଖର୍ଚ୍ଚ କରି ଲୋକେ ସର୍ବସ୍ବାନ୍ତ, ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୩୦-୦୫): ସରକାରୀ କୋଭିଡ-୧୯ ନିୟମ ଅନୁଯାୟୀ ସାଧାରଣ ଙ୍କୁ କରୋନା ଟୀକା ଦେବା ଓ ପରୀକ୍ଷା କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହେଲେ ଟିଟିଲାଗଡ ସବ୍ଡିଭିଜିନ ଅଞ୍ଚଳରେ କାର୍ଯ୍ୟରତ ଥିବା କିଛି କର୍ମଚାରୀ ନିଜ ମନୋମୁଖୀ ଭାବେ କାର୍ଯ୍ୟ ସମ୍ପାଦନ କରିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ଟିଟିଲାଗଡ ବ୍ଲକରେ ଦିଆଯାଉଥିବା ଟୀକାର ଅଭାଵ କହି ବନ୍ଦ କରାଯାଇଥିବା ବେଳେ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟରେ ପ୍ରଦାନ କରାଯାଉଥିବା ଟୀକା ବୟସ ପ୍ରମାଣ ପତ୍ର ସହ ମୋବାଇଲ ରେଜିଷ୍ଟ୍ରେସନ ଆଦି ବାହାନ କରି ହଇରାଣ କରିବା ଅଭିଯୋଗ ହୋଇଛି । ସେହିପରି ପରୀକ୍ଷା ପାଇଁ ଲୋକେ ପୂର୍ବପରି ଭିଡ଼ ନ ହେବା ଦେଖାଯାଉଛି । ଏଣୁ ଟିଟିଲାଗଡ ଅଞ୍ଚଳ ରୁ ଗାଡି ଭଡ଼ା କରି ପଡ଼ୋଶୀ ଜିଲ୍ଲା କଳାହାଣ୍ଡି ର ଭବାନୀପାଟଣା ଓ ଅନ୍ୟ ଜିଲ୍ଲା କୁ ସାଧାରଣ ଯାଇ ପରୀକ୍ଷା ସହ ଟୀକା ନେବା କୁ ବାଧ୍ୟ ହୋଇ ହଇରାଣ ହରକତ ହେଉଛନ୍ତି । ସେହିପରି କିଛି ନିର୍ଦ୍ଦିଷ୍ଟ କ୍ଲିନିକ ବା ପରୀକ୍ଷାଗାର ରେ ପରୀକ୍ଷା ସହ ଏକ ଦେଢ଼ସହ ଟଙ୍କା ର କୀଟ ଔଷଧ ଦିଆଯାଉଛି । କେତେକ ଡ଼ାକ୍ତର ଓ ଏହି ପରୀକ୍ଷାଗାରର ଏହି ସରକାରୀ ନିୟମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଟିଟିଲାଗଡ ଓ ଏହି ବଲାଙ୍ଗୀର ଜିଲ୍ଲାରେ ସବୁ ବର୍ଗର ଉପଯୁକ୍ତ ନିୟମ ଭିତ୍ତି ରେ ଏହି ଟୀକା ପ୍ରଦାନ ସହ ପରୀକ୍ଷା କରିବା ନେଇ ଜିଲ୍ଲା ସିଡିଏମଓ ଭୀମ ସାହୁ ତଥା ଟିଟିଲାଗଡ ସୁପରିଟେଣ୍ଡେନ ଡ଼ଃ ପ୍ରଦୀପ ନାଏକ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Welcome to Odisha News24

error: Content is protected !!
%d bloggers like this: