ସାଧାରଣ ଜନତାଙ୍କ ସ୍ୱର

କୋଭିଡ ଗାଇଡ଼ ଲାଇନର ଉଲଂଘନ – ବାହାଘର ଆୟୋଜକଙ୍କୁ ଜୋରିମାନା -ରାମେଶ୍ୱର ମନ୍ଦିର ସହ ପରିସରକୁ ସିଲ କଲା ପ୍ରଶାସନ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର, ତା ୦୩/୦୩ ): ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସ୍ଥିତ ରାମେଶ୍ୱର ମନ୍ଦିର ପରିସରରେଏକ ବାହାଘର କାର୍ଯ୍ୟକ୍ରମ ପ୍ରଶାସନର ବିନାଅନୁମତିରେ ଏବଂ ଓଡିଶା ସରକାରଙ୍କ ସମ୍ପ୍ରତି ପ୍ରଚଳନ କୋଭିଡ ନିୟମାବଳୀର ଉଲଂଘନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ଓ ମନ୍ଦିର ପରିସରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ବିନାନୁମତିରେ ପରିସରରେବାହାଘର ଆୟୋଜନ କରୁଥିବା ବରପିତାଙ୍କୁ ଜୋରିମାନା କରାଯାଇଛି |

ଘଟଣାକ୍ରମରେ ସୋନପୁର ଟିକିରିପଡ଼ା ନିବାସୀ ଗୌରଚରଣ ବାରିକ ଙ୍କ ପୁଅ ବlବୁଲୁ ବାରିକ ର ବାହାଘର ବୌଦ୍ଧ ଜିଲ୍ଲା ପୁରୁଣାକଟକର ଜନୈକl ଝିଅ ସହିତ ସୋନପୁର ରାମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିଲା | ଏହି ବାହାଘର ପାଇଁ ବର ପକ୍ଷରୁ କୌଣସି ଅନୁମତି ପ୍ରଶାସନ ଠାରୁ ନେଇ ନ ଥିବା ଏବଂ ସାମ୍ପ୍ରତିକ ପ୍ରଚଳିତ ସରକାରଙ୍କ କୋଭିଡ ଗାଇଡ଼ ଲାଇନକୁ ଉଲଂଘନ କରି ସମାରୋହରେ ନିର୍ଦ୍ଧିଷ୍ଟ ସଂଖ୍ୟାରୁ ଅଧିକ ସମ୍ମିଳିତ ହୋଇଥିବା ବେଳେ ମୁହଁରେ ମାକ୍ସ ବ୍ୟବହାର ନ କରିବାସହ କୋଭିଡ ନିୟମ ପାଳନ ମୁତାବକ ସାମାଜିକ ଦୂରତ୍ୱ କୁ ମଧ୍ୟ ପାଳନ କରାଯାଇ ନ ଥିବା ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋନପୁର, ତହସିଲଦାର, ସୋନପୁର, କାର୍ଯ୍ୟନିଵାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟି, ଭାରପ୍ରାପ୍ତ ଥାନାଧିକାରୀ, ସୋନପୁର ଟାଉନ ଥାନା ପ୍ରଭୁତି ଅତର୍କିତ ଚଢ଼ାଉ କରି ସରଜମିନ ସମୀକ୍ଷା କରି ବରପିତାକୁ କୋଭିଡ ନିୟମ ଉଲଂଘନ ନିମନ୍ତେ ଟ. ୨୦, ୦୦୦/-ଙ୍କl ଜୋରିମାନା କରିବା ସହ ଆୟୋଜିତ ବାହାଘରକୁ ତୁରନ୍ତ ବନ୍ଦ କରିଥିଲେ | ଏପରିକି କୋଭିଡ ଗାଇଡ଼ ଲାଇନର ଖୋଳା ଉଲଂଘନ ହେତୁ ମନ୍ଦିର ଓ ପରିସରକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ କରାଯାଇଛି | ମନ୍ଦିରରେ କେବଳ ଦୈନିକ ନୀତିକାନ୍ତି ପୁଜା ପାଇଁ ପୂଜକକୁ ଅନୁମତି ଦିଆଯାଇଛି | ଏହି ଚଢାଉରେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ତହସିଲଦାର ନବୀନ ଚନ୍ଦ୍ର ପାଢ଼ୀ, ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟlଶୁ ରୁଟ, ଥାନା ଅଧିକାରୀ ପୁଷ୍ପେନ୍ଦୁ ସାଗର ପ୍ରମୁଖ ମହଜୁଦ ଥିଲେ |

Welcome to Odisha News24

%d bloggers like this: