କୋଭିଡ ଗାଇଡ଼ ଲାଇନର ଉଲଂଘନ, ପ୍ରଜ୍ଞା ଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟକୁ ସିଲ କରିବାସହ ଜୋରିମାନା କଲା ପ୍ରଶାସନ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ସୁବର୍ଣ୍ଣପୁର ୧୪/୪): ସୋନପୁର ସହରସ୍ଥିତ ପେଲେସ ଗାର୍ଡେନ ଲେନରେ ଅବସ୍ଥିତ ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ କତୃପକ୍ଷଙ୍କ ଦ୍ୱାରା ଓଡିଶା ସରକାରଙ୍କ ସମ୍ପ୍ରତି ପ୍ରଚଳନ କୋଭିଡ ନିୟମାବଳୀର ଉଲଂଘନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ ଓ ସ୍କୁଲ ପରିସରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ଅନୁଷ୍ଠାନ କତୃପକ୍ଷଙ୍କୁ ଏଥି ନିମନ୍ତେ ୫୦ହଜାର ଟଙ୍କା ଜୋରିମାନା କରାଯାଇଛି |

ଘଟଣାକ୍ରମରେ ସୋନପୁର ସହରସ୍ଥିତ ପ୍ରଜ୍ଞାଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ କତୃପକ୍ଷ ସାମ୍ପ୍ରତିକ ପ୍ରଚଳିତ ସରକାରଙ୍କ କୋଭିଡ ଗାଇଡ଼ ଲାଇନକୁ ଉଲଂଘନ କରି ନବମ ଶ୍ରେଣୀ ଛାତ୍ର /ଛାତ୍ରୀଙ୍କୁ ସ୍କୁଲରେ ଅଫଲାଇନ ମାଧ୍ୟମରେ ଶିକ୍ଷାଦାନ ଦେଉଥିବା ବେଳେ ସାମାଜିକ ଦୂରତ୍ୱକୁ ମଧ୍ୟ ପାଳନ କରାଯାଉ ନ ଥିବା ଖବର ପାଇବାପରେ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋନପୁର, କାର୍ଯ୍ୟନିଵାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟି, ସବ ଇନିସ୍ପେକଟର, ସୋନପୁର ଟାଉନ ଥାନା, ମୁଖ୍ୟ କିରାଣୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ପ୍ରଭୁତି ଚଢ଼ାଉ କରି ସରଜମିନ ସମୀକ୍ଷା ପରେ ସ୍କୁଲ କତୃପକ୍ଷଙ୍କୁ କୋଭିଡ ନିୟମ ଉଲଂଘନ ନିମନ୍ତେ ୫୦ ହଜାର ଟଙ୍କା ଜରିମାନା କରିବା ସହ ବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ କରିଛନ୍ତି | ଏହି ଚଢାଉରେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟlଶୁ ରୁଟ, ସବ ଇନିସ୍ପେକଟର ଅଭିନାଶ ପ୍ରଧାନ, ମୁଖ୍ୟ କିରାଣୀ- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ପ୍ରମୁଖଙ୍କ ସହ ମ୍ୟୁନିସିପାଲିଟି କାର୍ଯ୍ୟାଳୟର ଅଜିତ କୁମାର ନାଏକ ତଥା ଅନ୍ୟାନ୍ନ କର୍ମଚାରୀ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: