କୋଭିଡ କଟକଣା କାର୍ଯ୍ୟକାରୀ ହେଉନି- ମିଳୁନି ଟିକଟ କି ଆବେଦନ ଫର୍ମ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୧୦-୧୨:): ଭାରତର ପ୍ରତିଟି ରାଜ୍ୟକୁ ସଂଯୋଗ କରୁଥିବା ଟିଟିଲାଗଡ ରେଳ ଜଙ୍କସନ ରେ କର୍ମଚାରୀ, ଅଧିକାରୀ ଙ୍କ ଅସାଧୁ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ ଏହି କୋଭିଡ ପାଇଁ ସ୍ୱତନ୍ତ୍ର ଟ୍ରେନ ରେ ଯାତାୟାତ ଓ ଯାତ୍ରୀ ଙ୍କ ସୁବିଧା ଯୋଗାଇ ଦେବାକୁ କଡ଼ା ନିୟମ ସରକାର ଙ୍କ ତରଫରୁ କରାଯାଇଥିବା ସତ୍ୱେ ସେ ସବୁ କୁ କାର୍ଯ୍ୟକାରୀ ନ କରିବା ଅଭିଯୋଗ ହୋଇ ଆସୁଛି ।

ଏହି ରେଳ ଜନକ୍ସନ ରୁ ଦୂର,ଦୁରାନ୍ତ କୁ ଯିବା ଆସିବା ନିମନ୍ତେ ଲୋକେ ଘଣ୍ଟା ,ଘଣ୍ଟା ଧରି ଟିକଟ ବୁକିଂ ପାଇଁ ଅପେକ୍ଷା କରିବାକୁ ବାଧ୍ୟ ହେଉଥିବା ବେଳେ କର୍ମଚାରୀ ନ ରହିବା ମନଇଚ୍ଛା, ଆସିବା ଏବଂ ଚାଲିଯିବା ଏପରି କି ମୋବାଇଲ ରେ କାମ ଛାଡି ଗପୁଥିବା ନେଇ ଅଭିଯୋଗ ହେଉଛି । ସରକାରୀ କର୍ମଚାରୀ କାହାକୁ ଖାତିର ନ କରିବା ଅନୁସନ୍ଧାନ, ଓ ଅନ୍ୟ କାଉଣ୍ଟର ଗୁଡିକ ରେ ନ ରହିବା ଉକ୍ତ କୋଠରୀ ରେ ମଉଜ ମଜଲିସ କରୁଥିବା ଦେଖାଯାଉଛି । ପୋଲିସ ଆର ପି ଏଫ କର୍ମଚାରୀ ମାନେ ନିଜ କାମ ଛାଡି ଏଣେ,ତେଣେ ଚାଲିଯିବା ତଥା ପ୍ରବଳ ଭିଡ ଓ ଅପେକ୍ଷା ରତ ଲୋକେ ନିଜ ମଧ୍ୟରେ ପାଟି,ତୁଣ୍ଡ କରୁଥିବା ଅଭିଯୋଗ ହୋଇ ଆସୁଛି । ଅତ୍ୟନ୍ତ ଦୁଃଖଦ ବିଷୟ ଏହା ଯେ ରେଳ ଟିକଟ ସଂରକ୍ଷଣ ଫର୍ମ ମଧ୍ୟ ଏଠି ନ ଥିବା ଓ ଏକ କାଗଜ ରେ ଲେଖି ଦେବାକୁ କହିବା ଓ ସେଥିରେ ନା ନା ଆଳ ରେ ତୃଟି ଥିବା ଦର୍ଶାଇ ବାରମ୍ବାର ଲେଖି ଦେବାକୁ ବାଧ୍ୟ କରି ହଇରାଣ କରୁଥିବା ଅଭିଯୋଗ ହେଉଛି। ସାମାଜିକ ଦୂରତ୍ୱ ଆଦି ଏଠି ପ୍ରହସନ ପାଲଟି ଥିବା ଦେଖାଯାଉଛି। ଏ ନେଇ ଜିଲ୍ଲା ଜନସେବା ସଙ୍ଘ ସଭାପତି ସମ୍ବଲପୁର ଡି ଆର ଏମ ତଥା ଅନ୍ୟ ବରିଷ୍ଟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: