କୋଭିଡ୍ ହସପିଟାଲରେ ମୃତ୍ୟୁ ବରଣ କଲେ ସ୍ବେଚ୍ଛାସେବୀ ସନ୍ତୋଷ ସାହୁ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୧/୦୫): ବୌଦ୍ଧ ଜିଲ୍ଲାର ଜଣାଶୁଣା ସ୍ବେଚ୍ଛାସେବୀ ବୌଦ୍ଧ ବ୍ଲକ୍ ଲକ୍ଷ୍ମୀ ପ୍ରସାଦ ଗ୍ରାମର ସନ୍ତୋଷ କୁମାର୍ ସାହୁ ଗତକାଲି ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବୌଦ୍ଧସ୍ଥିତ କୋଭିଡ୍ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି | ମିଳିଥିବା ସୂଚନା ଅନୁଯାୟୀ ଆଜକୁ ପ୍ରାୟ ୧୨ ଦିନ ତଳେ ସନ୍ତୋଷଙ୍କ କୋଭିଡ୍ ପଜିଟିଭ ବାହାରି ଥିଲା |

କିଛି ଦିନ ଘରେ ହୋମ୍ ଆଇସୋଲେସନ୍ ରେ ରହିବା ପରେ ଅସୁସ୍ଥ ଅନୁଭବ କରିବାରୁ ଗତ ଗୁରୁବାର ଦିନ ବୌଦ୍ଧ କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ | ଟିକିଏ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସୋମବାର ଦିନ ସକାଳେ କୋଭିଡ୍ ହସପିଟାଲରୁ ଡିସଚାର୍ଜ ହୋଇଥିଲେ | ଘରେ ଆଇସୋଲେସନ୍ ରେ ଥାଇ ବୁଧବାର ସନ୍ଧ୍ୟାରେ ଅକ୍ସିଜେନ କମି ଯିବା ଫଳରେ ଗୁରୁତର ହୋଇଥିଲେ ଓ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ଆମ୍ବୁଲାନସ୍ ଯୋଗେ ବୌଦ୍ଧ କୋଭିଡ୍ ହସପିଟାଲରେ ପୁନଃ ଭର୍ତି ହୋଇଥିଲେ | ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ସେ ଦୀର୍ଘ ୩୫ ବର୍ଷ କାଳ ଆନନ୍ଦ ମାର୍ଗ ସେବା ସଂସ୍ଥାର ମାର୍ଗୀ ଥାଇ ଲୋକଙ୍କୁ ବିଭିନ୍ନ ସମୟରେ ସେବା ଯୋଗାଇ ଦେଇଛନ୍ତି | ତାଂକର ବିୟୋଗରେ ଜିଲ୍ଲା ଆନନ୍ଦ ମାର୍ଗ ମୁଖ୍ୟ କେଦାର ନାଥ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି | ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: