କୋଭିଡ୍ ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସାରଦା

ରିପୋର୍ଟ: ଦେବଦତ୍ତ ରଥ //
ଭୁବନେଶ୍ୱର (୩୦/୦୫): ଜଣେ କୋଭିଡ୍ ଆକ୍ରାନ୍ତକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବିଜେପି ନେତା ସାରଦା ପ୍ରଧାନ। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭେଡା ପଞ୍ଚାୟତ ଅନ୍ତର୍ଗତ ବାରାହୀପୁର ଗ୍ରାମର ସୌମ୍ୟ ରଞ୍ଜନ ନାୟକ ଖୋର୍ଦ୍ଧା ସ୍ଥିତ ଏକ କମ୍ପାନୀରେ କାମ କରନ୍ତି। ଗତ ଏପ୍ରିଲ ୨୮ ତାରିଖରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବା ପରେ ୩୦ ତାରିଖରେ ଖୋର୍ଦ୍ଧା ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରାଇ ଘରକୁ ପଳେଇ ଆସି ହୋମ ଆଇସୋଲେସନରେ ଥିଲେ।

ତେବେ, ମେ ୭ ତାରିଖ ଦିନ ସେ ହଠାତ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କର ଅକ୍ସିଜେନ ଲେବଲ କମିଯାଇଥିଲା ଏବଂ ଅକ୍ସିଜେନର ତୁରନ୍ତ ଆବଶ୍ୟକତା ଥିଲା। ଅକ୍ସିଜେନ ପାଇଁ ବହୁ ଚେଷ୍ଟା କରି ପାଇବାରେ ବିଫଳ ହେବା ପରେ ତାଙ୍କ ପରିବାର ପକ୍ଷରୁ ଏନେଇ ସାରଦା ପ୍ରଧାନଙ୍କୁ ଜଣାଇବା ପରେ ସାରଦା ତାଙ୍କ ପାଇଁ ତୁରନ୍ତ ଅକ୍ସିଜେନ ଏବଂ ବେଡ୍ ବ୍ୟବସ୍ଥା କରାଇଥିଲେ। ସାରଦା ପ୍ରଧାନଙ୍କ ଏହି ବଦାନ୍ୟତା ପାଇଁ ତାଙ୍କ ପରିବାର ପକ୍ଷରୁ ସାରଦାଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

Welcome to Odisha News24

error: Content is protected !!
%d bloggers like this: