କୋଟଗଡ ରେ ମହା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ

ୱେବ ରିପୋର୍ଟର : ବିଭୁତି ଲହରିଆ //
ବାଲିଗୁଡା ୨୯/୧): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ କଲୋନୀ ସାହି ରେ ମହା ପୃଷ୍ଟି ମହୋତ୍ସବ ପାଳନ ହୋଇଯାଇଛି | ଓଡିଶା ଜୀବିକା ମିଶନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ମା ମାନଙ୍କ ଦ୍ଵାରା କୋଟଗଡ ଗ୍ରାମ ପଞ୍ଚାୟତରେ ମହା ପୃଷ୍ଟି ମହୋତ୍ସବ ଏବଂ ଗାଁ ଗାଁ ରେ ମା ମାନଙ୍କୁ ନେଇ ପୃଷ୍ଟି ମହୋତ୍ସବ ପାଳନ ହୋଇଯାଇଛି ।

ମୁଖ୍ୟ ଅତିଥିଭାବେ କୋଟଗଡ ବ୍ଲକ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ |ପୁଷ୍ଟି କର ଖାଦ୍ୟ ର ଉତ୍ପାଦନ ସହିତ ବ୍ୟବହାର କରି ସୁସ୍ଥ ସମାଜ ଗଠନ ରେ ମହିଳା ର ଭୂମିକା ସମ୍ପର୍କ ରେ ବୁଝାଇ ଥିଲେ |ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ମନୋଜ ସାବତ, ମହିଳା ସ୍ୱୟଂ ସହାୟକ ସଂଘ ସଭାପତି ସାଧବାଣୀ ବେହେରା, ଏମବିକେ ପ୍ରିୟଦର୍ଶିନୀ ସିଂ, ସିଆରପି ଅର୍ଚନା ପଣ୍ଡା, ବିଜୁ ଯୁବ ଉପସଭାପତି ଟୁକୁନା ପଶାୟତ, ବିଜୁ ଯୁବ ଜିଲ୍ଲା ସମ୍ପାଦକ ମହେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ |

ଓଡିଶା ଜୀବିକା ମିଶନ ପ୍ରୟାସରେ ମା ମାନଙ୍କୁ ସଶକ୍ତିକରଣ କରିବା, ମୋ ଉପକାର ବଗିଚା ତିଆରି କରିବା ଏବଂ ମା ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାବଲମ୍ବୀ ଓ ସଚେତନ ହେବା ପାଇଁ ପ୍ରଚେଷ୍ଠା ଜାରି ରଖିଛି । ଏହି ପ୍ରକାର ପ୍ରଚେଷ୍ଠା ଏବଂ ପଦକ୍ଷେପକୁ ପ୍ରତ୍ୟକ ମହଲରେ ସ୍ୱାଗତ ତଥା ପ୍ରଶଂସା କରାଯାଉଛି ।ଓଏଲଏମ କୋଡିନେଟର ରମାକାନ୍ତ ନାୟକ କାର୍ଯ୍ୟକ୍ରମ ଟି କୁ ପରିଚାଳନା କରିଥିଲେ |

Welcome to Odisha News24

error: Content is protected !!
%d bloggers like this: