କୋଟଗଡ ବ୍ଲକ ରେ ପ୍ରଥମ ପର୍ଯ୍ୟାୟ କରୋନା ଯୋଦ୍ଧାଙ୍କୁ ଟୀକାକରଣ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧୮/୦୧ ): କନ୍ଧମାଳ ଜିଲ୍ଲା କୋଟଗଡ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ଆଜି ଟୀକା ପ୍ରଦାନ ଶୁଭାରମ୍ଭ କରାଯାଇଛି |

ଟୀକାକରଣ କେନ୍ଦ୍ରକୁ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ମଳିକ, ସାଂସଦ ପ୍ରତିନିଧି ମନୋଜ ସାବତ, ମେଡିକାଲ ଅଫିସର ଦେବ ନାଥ ଦେ, ବିପିଏମ ଶାନ୍ତନୁ ସାହୁ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲଦାର ଲଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ |ଉକ୍ତ କେନ୍ଦ୍ରକୁ ପ୍ରଥମ ପର୍ଯ୍ୟାୟରେ ସରକାର ଯୋଗାଇ ଦେଇଥିବା ୪୦୦ ଡୋଜ କରୋନା ଟୀକାରୁ ଆଜି ପ୍ରଥମ ଦିନରେ ସତାବନ ଜଣ ନେଇ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣା ପଡିଛି । ତେବେ ପ୍ରଥମ ଦିନରେ କରୋନା ଯୋଦ୍ଧା, ଅଙ୍ଗନବାଡ଼ି ସୁପର ଭାଇଜର, ଅଙ୍ଗନବାଡ଼ି କର୍ମୀ , ଆଶାକର୍ମୀ,ନୀର୍ମଳଯୋଜନାରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଗଣ ଟୀକା ନେଇଥିଲେ। ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶ୍ରୀକାନ୍ତ ପ୍ରଧାନ ଙ୍କୁ କୋଟଗଡ ବ୍ଲକ ରେ ପ୍ରଥମ ଟୀକା ପ୍ରଦାନ କରାଯାଇଛି |ଟୀକା ନେଇଥିବା ସମସ୍ତେ ଖୁସି ହେବା ସହିତ ସରକାର ଙ୍କ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Welcome to Odisha News24

error: Content is protected !!
%d bloggers like this: