କେବେ ମିଳିବ ମୁଣ୍ଡିପଦର ଗ୍ରାମବାସୀଙ୍କୁ ପାନୀୟଜଳ

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ (୦୫/୦୬): ସରକାର ତୃଣମୁଳ ଠାରୁ ଆରମ୍ଭକରି ବିଭିନ୍ନ ଯୋଜନା ବାହାର କରୁଛନ୍ତି । ଏହିଭଳି ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ଆଵାସଘର, ଆବଶ୍ୟକ ଭଳି ଚିକିତ୍ସାଳୟ ମଧ୍ୟ ଖୋଲି ଚାଲିଛନ୍ତି। ଏହି ସରକାରୀ ଯୋଜନା ଗୁଡିକ ଫେଲ ମାରୁଛି । ଏହିଭଳି ଘଟଣା ଦେଖିବାକୁ ମିଳୁଛି ବୋୖଦ୍ଧଜିଲ୍ଲା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମରେ ।

ଏହି ଗ୍ରାମରେ ଗ୍ରାମ୍ୟଜଳ ଯୋଗାଣ ପ୍ରକଳ୍ପ ଟାଙ୍କି ବସିଛି କିନ୍ତୁ ଆଜିକୁ ୧୨ ବର୍ଷରୁ ଉର୍ଦ୍ଧ ହେବ ଟାଙ୍କି ଆରମ୍ଭରୁ ଏହି ଗ୍ରାମକୁ ପାନୀୟ ଜଳ ଯୋଗାଣ ଗ୍ରାମବାସୀକୁ ଯୋଗାଇପାରୁ ନାହିଁ । ଖାତା କଲମରେ ଚାଲିଛି ଗ୍ରାମ୍ୟଜଳ ଯୋଗାଣ ପ୍ରକଳ୍ପ । ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କୌଣସି କାମରେ ଆସୁନାହିଁ । ମୁଣ୍ଡିପଦର ଗ୍ରାମରେ ଆବଶ୍ୟକ ପରିମାଣର ନଳକୂପ ନ ଥିବା ହେତୁ ଗ୍ରାମର ସ୍ତ୍ରୀଲୋକ ମାନେ ପାଣି ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ନଳକୂପରୁ ପାଣି ଆଁଣୁଛନ୍ତି । ବିଶେଷ କରି ବେତ୍ରାସାହିକୁ ପାନୀୟ ଜଳ ଆସିପାରୁ ନାହିଁ । ଯାହାଫଳରେ କି ବେତ୍ରା ସାହି ଟିକିରାରେ ରହୁଥିବା ହେତୁ ଏହି ସାହିକୁ ପାନୀୟ ଜଳ ଆସି ପାରୁନାହିଁ । ଏହି ସାହିରେ ଗୋଟିଏ ବି ନଳକୂପ ନାହିଁ ଯାହାଫଳରେ କି ଏ ସାହିର ସ୍ତ୍ରୀଲୋକ ମାନେ ପାନୀୟଜଳ ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯେଉଁ ନଳକୂପ ଅଛି ଗୋଟିଏ ଥିରୁ ପାନୀୟ ଜଳ ବାହାରୁ ନାହିଁ । ଆଉ ଯେଉଁ ନଳକୂପ ପଡ଼ିଆରେ ଅଛି ସେହି ନଳକୂପରୁ ପାଣିକୁ କେତେଘର ବ୍ୟବହାର କରୁଥିବା ବେଳେ ସେହି ନଳକୂପରୁ ମଧ୍ୟ ଖରାପ ପାଣି ଓ ଲୁହଗୁଣ୍ଡ ବାହାରୁଥିବା ଯୋଗୁଁ ଲୋକେ ଖାଦ୍ୟ ଉପଯୋଗୀ ପାଇଁ ବ୍ୟବହାର କରୁନାହାନ୍ତି । ଯାହା ଫଳରେ କି ସ୍ତ୍ରୀଲୋକ ମାନେ ବାଧ୍ୟହୋଇ ହାଇସ୍କୁଲରେ ସାମନାରେ ଥିବା ନଳକୂପରୁ ପାଣି ଆଣି ଚଳୁଛନ୍ତି। ଆଉ କେତେକ ସ୍ତ୍ରୀଲୋକ ମାନେ ଏ ଘର ସେ ଘରକୁ ଯାଇ କୂଅରୁ ପାଣି ଆଁଣୁଛନ୍ତି । ଏହି ପାଣି ଆଣିବା ଦ୍ୱାରା କୂଅ କୁଡିଥିବା ମାଲିକମାନେ ମନା କରିଛନ୍ତି । ତୁରନ୍ତ ଏ ଗ୍ରାମରେ ଗ୍ରୀଷ୍ମପ୍ରବାହର ଖରାରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏବଂ ପଂଚାୟତ ବିଭାଗ ପାନୀୟଜଳ ବ୍ୟବସ୍ଥା କଲେ ଗ୍ରାମବାସୀ ଉପକୃତ ହୋଇପାରିବେ । ଆଗାମି ଦିନରେ ଗ୍ରୀଷ୍ମପ୍ରବାହ ଖରାରେ ଲୋକେ ପାନୀୟଜଳ ନ ପାଇଲେ ଗ୍ରାମବାସୀ ରାଜରାସ୍ତାରେ ଓଲ୍ହାଇବା ପାଇଁ ଦାବି କରୁଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: