କେବେ ମିଳିବ ବିଧବା ଗରିବ ମହିଳାଙ୍କ ଆବାସଘର

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ /ହରଭଙ୍ଗା (୦୮/୦୬): ସରକାର ତୃଣମୁଳ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାହାର କରୁଛନ୍ତି । ଏହିଭଳି ରାସ୍ତା, ଘାଟ, ଆବାସଘର, ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲି ଚାଲିଛନ୍ତି।

ଏହିଭଳି ଘଟଣା ଦେଖିବାକୁ ମିଳୁଛି ବୋୖଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଳପଦର ଗ୍ରାମର ହରିଜନ ସାହିର ଚମ୍ପା ମହାନଦିଆ ଏକ ଚାଲ ଛପର ନାଡ଼ା ଘରେ ଜରି ଟାଣି ରହୁଛନ୍ତି । ଚମ୍ପା ମହାନଦିଆ ଙ୍କ ସ୍ୱାମୀ ମୃତ୍ୟୁ ପରେ ,ଚମ୍ପା ଏକୁଟିଆ ଏକ ଚାଳଛପର ଘରେ ରହୁଛନ୍ତି। ଆଗକୁ ବର୍ଷାଦିନ ଆସୁଛି | କେମିତି ରହିବେ ସେହି ଚାଲ ଛପର ଘରେ ଏହି ମହିଳା ଜଣଙ୍କ | ସରକାର ୨୦୨୦ ଓ ୨୦୨୧ ମସିହା ସୁଦ୍ଧା ପ୍ରତ୍ୟକ ପରିବାରଙ୍କୁ ଆବାସଘର ଯୋଗାଇ ଦେବାପାଇଁ କହୁଥିବା ବେଳେ ଆଜି ପ୍ରଯ୍ୟନ୍ତ ଏମିତି ନିରୀହ ଗରିବ ଶ୍ରେଣୀର ଲୋକ ଘରଟିଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତୁରନ୍ତ ଏହି ବିଧବା ଗରିବ ମହିଳାଙ୍କୁ ଏକ ଆବାସଘର ଯୋଗାଇ ଦେବା ଜନସାଧାରଣ ମହଲରେ ହେଉଛି ଚର୍ଚ୍ଚା |

Welcome to Odisha News24

error: Content is protected !!
%d bloggers like this: