କେନ୍ଦ୍ର ବିରୋଧରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଛି

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୧୬/୦୧): କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତି ଓ କୃଷି କ୍ଷେତ୍ର ସମ୍ବନ୍ଧିତ ତିନୋଟି ଆଇନ ପ୍ରଣୟନ ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ର ଦାନା ବାନ୍ଧୁଛି l ଏ ପରିପେକ୍ଷି ରେ ଆଜି ପାଇକମାଲ ବ୍ଳକ ର ମାଣ୍ଡୋସିଲ ଠାରୁ ରାଜ ବୋଡାସମ୍ବର କୃଷକ ସଂଗଠନ,ଜୟ କିଶାନ ଆନ୍ଦୋଳନ ପଶ୍ଚିମ ଓଡ଼ିଶା ସମ୍ମନ୍ନୟ ସମିତି ପକ୍ଷରୁ ସାରା ପଦ୍ମପୁର ସବଡିଭିନ ର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆଣିଥିବା ତିନୋଟି ଆଇନ ଉପରେ ଲୋକ ଙ୍କୁ ଏହି ବିଲ ଦ୍ୱାରା ଚାଷୀ କେତେ କ୍ଷତିଗ୍ରସ୍ତ ହେବେ ତାହା ଜଣାଇଦିଆଯାଉଛି l

ମାଣ୍ଡୋସିଲ ଠାରୁ ବୁକୁରାମୁଣ୍ଡା ଧାନ ମଣ୍ଡିକୁ ଲାଗି ଆୟୋଜିତ ସଭାରେ ଯୋଗଦାନ କରି ଗଲାବେଳେ ବାଇକ ରାଲି କୁ ଟେମରୀ ଗ୍ରାମ ରେ ଅଟକାଇ ଆନ୍ଦୋଳନ କାରୀ ଙ୍କୁ ବିପୁଳ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା,ପରେ ଗ୍ରାମବାସୀ ଆୟୋଜିତ ସଭାରେ ପଶ୍ଶିମ ଓଡିଶା ସମ୍ମନୟ ସମିତି ର ଆବାହକ ଚାଷୀନେତା ଲିଙ୍ଗରାଜ କେନ୍ଦ୍ରସରକାର ଙ୍କ ଆଇନ ତିନୋଟି ଯଥାର୍ଥ ନୁହେଁ ଏହା କୃଷକ ମାନଙ୍କ ପାଇଁ ମୃତ୍ୟୁର ଘଣ୍ଟି ଅଟେ ବୋଲି କେନ୍ଦ୍ର ସରକାର ଙ୍କ କୃଷିନିତି ଉପରେ ପ୍ରବଳ ଗର୍ଜିଥିଲେ lଆୟୋଜିତ ସଭାରେ ଜୟ କିଶାନ ଆନ୍ଦୋଳନ ର କର୍ମକର୍ତ୍ତା ରମେଶ ମହାପାତ୍ର କୃଷକ ମାନେ ଦିର୍ଘଦିନ ଧରି ଚଳାଇଥିବା ଚାଷୀ ଆନ୍ଦୋଳନ ଇତିହାସ ରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ,ବର୍ତ୍ତମାନ ସମୟ ଆସିଛି ସରକାର ଙ୍କୁ ଉଚିତ ଜବାବ ଦେବାକୁ ଆମ ଚାଷୀଭାଇ ମାନଙ୍କ ଏକତା ଅପରିହାର୍ଯ୍ୟ ଅଟେ lଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ବନଛୋର,ବିପିନ ବିହାରୀ ଠାକୁର,ଚୂଡା ପାଣିଗ୍ରାହୀ,ନୃପରାଜ ଯୋଷୀ,ଟଙ୍କଧର ପ୍ରଧାନ,ଅମୃତ ବାରିକ, କୃପାସିନ୍ଧୁ ପ୍ରଧାନ, ସଫେତ ବାରିକ, ଦିଲ୍ଲିପ ପ୍ରଧାନ ପ୍ରମୁଖ ଶତାଧିକ ଚାଷୀ ଯୋଗଦାନ କରି ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ lସଭା ସମାପନ ପରେ ବାଇକ ରାଲି ଆସି ବୁକୁରାମୁଣ୍ଡା ଚାଷୀ ଙ୍କ ଗହଣ କୁ ଆସି ପହଞ୍ଚିବା ପରେ ପୂର୍ଣ୍ଣମାତ୍ରାରେ ଚାଷୀ ଆନ୍ଦୋଳନକରୀ ଙ୍କୁ ସମର୍ଥନ କରିବାକୁ ସମ୍ମତି ପ୍ରକାଶ କରିଥିଲେ | ଆସନ୍ତା ୨୩.୧.୨୦୨୧ ରେ ବରଗଡ ଗାନ୍ଧୀଛକରେ ହେବାକୁଥିବା କୃଷକ ପ୍ରତିଷ୍ଠା ଦିବସ ରେ ଚାଷୀ ସମୂହ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଥିଲା l ଏଠାକାର ସଭାପରେ ପଦ୍ମପୁର ବ୍ଳକ ଦହିତା ଗ୍ରାମ ରେ ଆୟୋଜିତ ସଭା କାର୍ଯ୍ୟକୁ ଆନ୍ଦୋଳନକାରୀ ମାନେ ଯାତ୍ରା କରିଥିଲେ lଗାଇସିଲେଟ ବ୍ଳକ କଣ୍ଟାବାହାଲ ଗ୍ରାମ ରେ ବାଇକ ରାଲି ଆନ୍ଦୋଳନ କାରୀ ମାନେ ରାତ୍ରିଯାପନ କରିବେ ବୋଲି ବିଶ୍ୱସ୍ତସୂତ୍ର ରୁ ପ୍ରକାଶ

Welcome to Odisha News24

error: Content is protected !!
%d bloggers like this: