କେନ୍ଦ୍ରୀୟ ସ୍କ୍ୱାଡ଼ ଦ୍ୱାରା ୬.୨୩ କୁଇଣ୍ଟାଲ ଗଂଜେଇ ଜବତ ଓ ୨ ଗିରଫ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୨/୦୬): ଆଜି ସକାଳେ ବୌଦ୍ଧ ମହାନଦୀ ବ୍ରିଜ଼ ନିକଟରେ ଗୋଟିଏ ଟ୍ରକରୁ ୬.୨୩ କ୍ୱିଣ୍ଟାଲ ଗଂଜେଇ କେନ୍ଦ୍ରୀୟ ନାରକୋଟିକ ଡ୍ରଗସ ସ୍କ୍ୱାଡ଼ ଦ୍ୱାରା ଜବତ ହୋଇଛି | ଏବଂ ଗଞ୍ଜେଇ ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି |

ସୂଚାନୁଯାଇ ଆଜି ଭୋରରୁ JH 10 AL 8211ନମ୍ବର ଥିବା ଟ୍ରକରେ ବିପୁଳ ପରିମାଣର ଗଂଜେଇ ଚାଲାଣ ହେଉଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ କେନ୍ଦୀୟ ସ୍କ୍ୱାଡ଼ ବୌଦ୍ଧ ବ୍ରିଜ଼ ଛକ ନିକଟରେ ଗାଡିକୁ ଯାଞ୍ଜ କରି ଗଂଜେଇ ଜବତ କରିବା ସହିତ ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ |ଚାଲାଣକାରି ଅନୁଗୁଳ ଜିଲ୍ଲା ହଣ୍ଡପା ଅଂଚଳର ଭକ୍ତ ବନ୍ଧୁ ପ୍ରଧାନ ଓ ସନକ ପ୍ରଧାନ ବୋଲି ସ୍କ୍ୱାଡ଼ ଟିମ ସୂଚନା ଦେଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: