କେନ୍ଦ୍ରର ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ରାୟଗଡ଼ାରେ ବନ୍ଦ ପାଳନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୯/୧୨):କେନ୍ଦ୍ରର ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଙ୍ଘଠନ। ରାୟଗଡ଼ାରେ ଏହାର ପ୍ରଭାବ ସକାଳୁ ହିଁ ଦେଖିବାକୁ ମିଳିଛି। ସବୁ ମୁଖ୍ୟ ରାସ୍ତା ଅବରୋଧ କରାଯାଇ ରାସ୍ତାରେ ଟାୟର ଜାଳି ଶହ ଶହ ଲୋକ ରୁଣ୍ଡ ହୋଇ ଏହି ନୂତନ କୃଷି ଆଇନ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଛି।

କଂଗ୍ରେସ,ଆମ ଆଦମୀ ପାର୍ଟି, ସିଆଟିୟୁ, ଏଆଇସିଟିୟୁ ପକ୍ଷରୁ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କୃଷକଙ୍କୁ ଶୋଷଣ କରିବା ପାଇଁ ଏହି ନୂତନ ଆଇନ ପ୍ରଣୟନ କରାଯାଇଛି ବୋଲି କଂଗ୍ରେସ କହିଛି। ଏନେଇ ଆଜି କପିଳାସ ଛକ, ରେଳବାଇ ଷ୍ଟେସନ, ନୂଆଁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆଜି ଏକ ବାଇକ ରାଲି କରିଛି ଆମ ଆଦମୀ ପାର୍ଟି। କୃଷକଙ୍କ ତଣ୍ଟି ଚିପି ଏହି ଆଇନକୁ ପ୍ରଣୟନ କରାଯାଇଛି ବୋଲି କହିଛନ୍ତି ସିଆଟିୟୁ ନେତା । ସେ ଆହୁରି ମଧ୍ୟ କହିଛନ୍ତି, ଏହି ଆନ୍ଦୋଳନର ପ୍ରଭାବ ସରକାରଙ୍କ ଉପରେ ପଡିବ ଏବଂ ଏହି କୃଷି ବିରୋଧୀ ଆଇନ ନିଶ୍ଚିତ ଭାବରେ ପ୍ରତ୍ୟାହାର ହେବ।

ବିଭିନ୍ନ ଆନ୍ଦୋଳନର ପେଣ୍ଠସ୍ଥଳ ପାଲଟିଥିବା କପିଳାସ ଛକ ନିକଟରେ ରାସ୍ତା ଅବରୋଧ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ। ବିଶେଷ କରି କଂଗ୍ରେସ, ସିପିଆଇ, ଏଆଇଟିୟୁସି ଭଳି ରାଜନୈତିକ ଦଳ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।  ଏଥିପାଇଁ କପିଳାସ ଛକ, ରେଳ ଷ୍ଟେସନ, ନୂଆଁ ବସଷ୍ଟାଣ୍ଡ ସମେତ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିପାଇଁ ରାୟଗଡ଼ାରେ ଅଟୋ ଚଳାଚଳ,
ବସ ସେବା,ଓ ଦୋକାନ ବଜାର ବନ୍ଦ ରହିଛି। ସମସ୍ତ ସରକାରୀ କାର୍ଯ୍ୟଳୟ ମଧ୍ଯ ବନ୍ଦ ରହିଛି। କିନ୍ତୁ, ଜରୁରୀକାଳୀନ ସେବା ଜାରି ରହିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: