ସାଧାରଣ ଜନତାଙ୍କ ସ୍ୱର

କେନ୍ଦୁ ପତ୍ର ଗାଡ଼ି ବିଦ୍ୟୁତ ସଂସ୍ପର୍ଶରେ ନିଆଁ ଲାଗିଲା, ଗାଁ ଲୋକଙ୍କ ଉଦ୍ୟମରେ ନିଆଁ ଆୟତ୍ତ

ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା ୩-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ଶିକରପାଇ ପଞ୍ଚାୟତ ସଦରରେ ଅଳ୍ପକେ ବର୍ତିଲା ବହୁତ୍ ବଡ଼ ଅଘଟଣରୁ କେନ୍ଦୁ ପତ୍ର ଗାଡ଼ି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଈ ଗ୍ରାମ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ନିକଟସ୍ଥ ବୁଲାଣି ରାସ୍ତାରେ କେନ୍ଦୁ ପତ୍ର ବୋଝେଇ ଗାଡ଼ି ଯିବା ସମୟରେ ଗାଡ଼ିରେ ଓଭର୍ ଲୋଡ୍ ଯୋଗୁଁ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ନିଆଁ ଲାଗି ଗଲା।e3f66dc8 b7f0 44d4 99cc e15f65b1c35a

ସାଙ୍ଗେ ସାଙ୍ଗେ ନିଆଁ ବ୍ୟାପିବା ଯିବା ସମୟରେ ଗାଁ ଲୋକଙ୍କ ଉଦ୍ୟମରେ ନିଆଁ କୁ ଆୟତ୍ତ କରି ପାରିଥିଲେ ଏବଂ ସମସ୍ତ କେନ୍ଦୁପତ୍ର କୁ ଓହ୍ଲେଇ ଦେଇଥିଲେ । ସୂଚନା ଅନୁସାରେ ଏ ଗାଡ଼ି ସେରିଗୁମା ଠାରୁ କୁମ୍ଭାର ଗୁଡ଼ା ପତ୍ର ଗୋଦାମ କୁ ଯାଉଥିଲା କିନ୍ତୁ ଅତ୍ୟଧିକ ମାତ୍ରାରେ ପତ୍ର ଲୋଡ୍ ହେବା ଯୋଗୁଁ ଏପରି ଅଘଟଣ ଘଟିଗଲା ଠିକ୍ ସମୟରେ ଗାଁ ଲୋକଙ୍କ ସାହାଯ୍ୟ ନ ମିଳିଥିଲେ ବହୁତ୍ ବଡ଼ ଅଘଟଣ ଘଟି ଯାଇଥାନ୍ତା ।https://youtu.be/kMxVogrX7Us

Welcome to Odisha News24

%d bloggers like this: