କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ବନାଯୋଡ଼ି ଟୋଲଗେଟ ନିକଟରେ ନିଖୋଜ ବ୍ୟକ୍ତି ଙ୍କ ଶବ ଉଦ୍ଧାର

ରିପୋର୍ଟ : ସମୀର ପାତ୍ର
କେନ୍ଦୁଝର,(୧୦ା୬)କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ବନାଯୋଡ଼ି ଟୋଲଗେଟ ନିକଟସ୍ଥ ୨ଶହ ମିଟର ଦୂରରୁ ଜଣେ ନିଖୋଜ ବ୍ୟକ୍ତି ଙ୍କ ମୃତ଼ ଦେହ ପୋଲିସ ଜବତ଼ କରିଛି। ମୃତ଼କ ଜଣଙ୍କ ହେଲେ ଝୁମ୍ପୁରା ବ୍ଲକ ଅର୍ଶଳା ଗ୍ରାମର ଅମିତ଼ ବଚନ ପ୍ରଧାନ(୫୦)।

ପ୍ରାପ୍ତସୂଚ଼ନା ଅନୁସାରେ,ସେ କିଛିଦିନ ତ଼ଳେ ନିଖୋଜ ଥିଲେ। ଏନେଇ ସଦର ଥାନା ଓ ଝୁମ୍ପୁରା ଥାନାରେ ଏତ଼ଲା ଦିଆଯାଇଥିଲେ ମଧ୍ୟ ତ଼ାଙ୍କର ଖୋଜ ଖବର ମିଳିନଥିଲା। ଆଜି ତ଼ାଙ୍କର ମୃତ଼ ଶବ ପଚ଼ିସଢି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ତ଼ାଙ୍କୁ ଦେଖିବାକୁ ପାଇଥିଲେ।ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତ଼ଦନ୍ତ ଆରମ୍ଭ କରି ଶବ ଜବତ଼ କରି ବ୍ୟବଛେଦ ପାଇଁ କେନ୍ଦୁଝର ମେଡ଼ାକାଲ କୁ ପଠାଇଛି।ଏନେଇ କେସନଂ(୩୪/୨୧)ଏକ ଅପମୃତ଼ ମାମଲା ରୁଜୁ ହୋଇଛି। ତ଼େବେ ତ଼ାଙ୍କର ପତ୍ନୀ କରୋନା ଆକ୍ରାନ୍ତ ହେବାପରେ ରାଙ୍କି କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ମୃତ୍ୟୁ ବରଣ କରିଛନ୍ତି। ଆଜି ତ଼ାଙ୍କର ଦଶାହ କ୍ରିୟା ଥିଲା ବେଳେ ସ୍ବାମୀ ଙ୍କ ମୃତ ଶବ ବନାଯୋଡ଼ି ନିକଟରୁ ମିଳିଛି। ଶବ ବ୍ୟବଛେଦ ପରେ ପରିବାର ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ତ଼ାଙ୍କର ଏକମାତ୍ର ଝିଅ ଅସହାୟ ହୋଇଯାଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: