ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (ତା:୦୭/୦୪/୨୦୨୧): ଖଇରପୁଟ ଗ୍ରାମ ପଞ୍ଚାୟତର ସଭାଗୃହ ରେ ଆଜି କୃଷି ବିଭାଗ ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ଶିବିରଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲାବେଳେ ସହକାରୀ ଜିଲ୍ଲା କୃଷି ଅଧିକାରୀ ହି୍ଗ୍ରୀବ ନାଦଗିରି, ବ୍ଲକ କୃଷି ଅଧିକାରୀ କିଶୋର ଚନ୍ଦ୍ର ଦ୍ୱିବେଦୀ,କେଭିକେ ବୈଜ୍ଞାନିକ ନୀଗମାନନ୍ଦ ବେହେରା, ଡିପିଡି (ଆତ୍ମା) ରଶ୍ମି ରଞ୍ଜନ ମହାରଣା,ସହକାରୀ ପଶୁ ଚିକିତ୍ସା ଅଧିକାରୀ ବିକାଶ ଚନ୍ଦ୍ର ନାଗ,ବି.ଭି.ଓ ତୁଷାର ଚନ୍ଦ୍ର ମିଶ୍ର ବିଏଓ ପରମେଶ୍ବର ଜେନା ଓ ଭିଏଡବ୍ଲୁ ଶ୍ରୀକାନ୍ତ ନରମଚେଟ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଖଇରପୁଟ କୃଷିବ୍ଲକ ରେ କାର୍ଯ୍ୟରତ ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ପାରା କର୍ମଚାରୀ ମାନଙ୍କୁ କୃଷି, ଉଦ୍ୟାନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଗୁଡିକୁ କିପରି ଭାବରେ ତ୍ୱରାନ୍ୱିତ କରାଯାଇପାରିବ, ସବିଶେଷ ଆଲୋଚନା ସହ ତାଲିମ୍ ପ୍ରଦାନ କରାଯାଇଥିଲା । ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସ୍ୱାଇଁ ଉପୋରକ୍ତ ବିଭାଗ ଗୁଡ଼ିକର ସମନ୍ୱୟ ଓ ତଥ୍ୟ ଆଦାନ ପ୍ରଦାନ ଉପରେ ଗୁରୁତ୍ବ ଦେଇ କହିଥିଲେ ଯେ ଏହାଦ୍ଵାରା କୃଷି , ଉଦ୍ୟାନ, ପଶୁ,ମତ୍ସ ଓ ଜଳ ସମ୍ପଦ ବିଭାଗ ଗୁଡ଼ିକର ବିକାଶ ସାଙ୍ଗକୁ, ସମସ୍ତ ପ୍ରକାର ନିର୍ଭର ଯୋଗ୍ୟ ସୁଚନା କୃଷକ ନିକଟରେ ପହଞ୍ଚି ପାରିବ ଓ ସମସ୍ତେ ଏହାର ଲାଭ ପାଇପାରିବେ ।