କୃଷକ ମୋର୍ଚ୍ଚାର ଭାରତ ବନ୍ଦକୁ BJP ମହିଳା ମୋର୍ଚ୍ଚାର ବିରୋଧ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୨୬/୦୩): କୃଷକ ନିଜ ଫସଲର ଉଚିତ ମୂଲ୍ୟ, ବୀମା, ଓ ସରକାରଙ୍କ ଅଣଦେଖାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ପଡୁ ନ ଥିବା ଦେଖିବାକୁ ମିଳିଛି ।

କିଛି କିଛି ସ୍ଥାନରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ମାଲକାନଗିରି ରେ ସମସ୍ତ ଦୁକାନ ବଜାର,ଅଫିସ,ବ୍ୟାଙ୍କ ଖୋଲା ଥିବାର ଦେଖିବାକୁ ମିଳୁଛି । ଏହାରି ଭିତରେ BJP ନେତ୍ରୀ ପୂର୍ଣ୍ଣିମା ମଜୁମଦାର ଓ କିଛି କର୍ମୀ ସହର ମୁଖ୍ୟ ରାସ୍ତା ଦେଇ ଯାଉଥିବା ସମୟରେ ଚାଷୀ ଓ ମଜଦୂର ସଂଘ ସଭାପତି ସୋନୁ ଅନୁଗୁ ଓ ଶତାଧିକ ଚାଷୀ ଅଟକାଇବାରୁ କିଛି ସମୟ ଉଭୟଙ୍କ ମଧ୍ୟରେ ବଚଷା କଥା କଟା କଟି ହେବାରୁ ଗଣ୍ଡଗୋଳ ସୃଷ୍ଟି ହେବାର ଦେଖିବାକୁ ମିଳିଥିଲା । ଏହି ଖବର ପାଇ ସଙ୍ଗେ ସଙ୍ଗେ ମାଲକାନଗିରି SDPO ଶ୍ରୀ ଡିବେଦୀ ଆସି ଉଭୟ ପକ୍ଷ କଥା ଶୁଣି ବୁଝେଇ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: