କୃଷକଙ୍କୁ ଶୋଷଣ କରିବା ଅଭିଯୋଗରେ ରାସ୍ତା ଅବରୋଧ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/କଣ୍ଟାବାଞ୍ଜି,ତା୦୫-୧୨): ବଲାଙ୍ଗୀର ରୁ ପାଟଣାଗଡ଼ ମୁଖ୍ୟ ରାଜରାସ୍ତାକୁ କପାଣି ଗ୍ରାମ ନିକଟରେ କୃଷକମାନେ ରାସ୍ତା ଅବରୋଧ କରିଥିଲେ ।

ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ଚାଷୀଙ୍କ ପାଇଁ ନିକଟରେ ମଣ୍ଡି ବ୍ୟବସ୍ଥା ନ ଥିବା ଓ କଣ୍ଟାବାଞ୍ଜି କିମ୍ବା ପାଟଣାଗଡ଼ ମଣ୍ଡିକୁ ଗଲେ ସେଠି ହାଇରଣ, ହରକତ କରାଯିବା କମ ମୂଲ୍ୟରେ କିଣିବା ପରି ସମସ୍ୟା ମାନ ଲାଗି ରହିଥିବା ଅଭିଯୋଗ ହୋଇଛି | ଏପରି କି ଧାନ ମଣ୍ଡି କୁ ଗାଡି ଭଡା କରି ନେଇ ଯିବା ଆଦି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ତେବେ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

Welcome to Odisha News24

error: Content is protected !!
%d bloggers like this: