କାଳ ବୈଶାଖି ତାଣ୍ଡବରେ ଘରେ ଗଛ ପଡି ଆଜବେଷ୍ଟ ସିଟ ଭାଙ୍ଗିଲା ଓ ଅଳ୍ପକେ ବର୍ତିଲେ ତିନି ପ୍ରାଣୀ, ଭଙ୍ଗା ଘରେ ଆଶ୍ରୟ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୮/୫/୨୧): କାଳ ବୈଶାଖୀ ତାଣ୍ଡବରେ ଘର ଉପରେ ପଡିଲା ଗଛ, ଆଜବେଷ୍ଟ ସିଟ ଭାଙ୍ଗିବା ସହ ଘରର ଚାଉଳ, ଖାଇବା ଖାଦ୍ୟ, ଲୁଗାପୋଟା, ଓ ଆସବା ପତ୍ର ସମସ୍ତ ନଷ୍ଟ ହୋଇଯିବା ସହ ଘରର ଚାରି କାନ୍ତ ଭାଙ୍ଗି ଚୁନା ହୋଇଯାଇଥିବାର ଦେଖିବାକୁ ମିଳିଛି |

ଏହି ଘଟଣା ହେଲା ଗତ କାଲି ରାତ୍ର ୧୧ ଘଟିକା ସମୟରେ | ଜୋରଦାର ଭାବରେ ପଵନ ବୋହିବା ସହ ପ୍ରବଳ ବର୍ଷା ହେବାରୁ କୁଡ଼ିଆ ଘର ଛାଡି ନିକଟରେ ରହିଥିବା ଭଙ୍ଗା ଅଙ୍ଗନବାଡି ଗୃହକୁ ଗୋଟିଏ ପରିବାର ର ତିନିଜଣ ଜୀବନକୁ ବଞ୍ଚାଇବା ପାଇଁ ଚାଲିଯିବାର କିଛି ସମୟ ପରେ କୁଡ଼ିଆ ଘର ଉପରେ ବୃହତ ଗଛର ଏକ ବଡ଼ ଡ଼ାଲ ଭାଙ୍ଗି କୁଡ଼ିଆ ଘର ଉପରେ ପଡିଲା | ସେ ପରିବାର ର ଘରେ ଯାହା ଥିଲା ସବୁଜାକ ବର୍ଷା ପାଣିରେ ଧୋଇଗଲା | ଘର ର ମୁରବି ଦାଳିମ୍ବ ସୋଗଡ଼ିଆ -୫୦, ସ୍ୱାମୀଙ୍କ ମୃତ୍ୟୁର ୨୦ ବର୍ଷ ବିତିଲାଣି କିନ୍ତୁ ସରକାର ସାହାଯ୍ୟ ନାହିଁ ଗୋଟିଏ ଝିଅକୁ ଧରି ୨୫ ବର୍ଷ କଷ୍ଟରେ କେବଳ ବିପିଏଲ କାର୍ଡ ଚାଉଳ ବିଧବା ଭତାରୁ ଚଳୁଥିଲୁ ବୋଲି ପ୍ରକାଶ କରିଛନ୍ତି | ମାଧୁରୀ ବାଗକୁ ତୁନପାର ଗ୍ରାମକୁ ବାହା କରିଥିଲି, ଝିଅର ପ୍ରଥମ ଡେ଼ଲିଭେରୀ ପାଇଁ ଘରକୁ ଆଣିଅଛି. ତାର ଗୋଟିଏ ଛୁଆଁ ସହ କୁଡ଼ିଆ ଘରେ ତିନିପ୍ରାଣୀ ରହୁଥିଲୁ | ଭାଗ୍ୟର ସାଥ ଥିବାରୁ ତିନିପ୍ରାଣୀ ଅଳ୍ପକେ ବଞ୍ଚିଗଲୁ ବୋଲି ଡାଳିମ୍ଭ ଗଣମାଧ୍ୟମକୁ କହିଲେ | ଉକ୍ତ ବିଷୟକୁ ନେଇ ଭାଙ୍ଘି ଥିବା ଘରର ଫୋଟକୁ ନେଇ ବିଡ଼ିଓଙ୍କୁ ଜଣାଇବାରୁ ବିଡ଼ିଓ ଶ୍ରୀ ରୋଜନି କାନ୍ତ ଦାସ କହିଲେ କି ଆଜି ଅଫିସ ଛୁଟି ହେତୁ ମୁଁ କିଛି କରିପାରିବି ନାହିଁ କିନ୍ତୁ ଯୋଉ ଭଙ୍ଗା ଅଙ୍ଗନବାଡି ଘରେ ରହୁଛ ରହିଥାଅ | ସୋମବାର ଦିନ ଦେଖାକର କିଛି ସାହାଯ୍ୟ କରିବି ବୋଲି ଶ୍ରୀ ଦାସ ଡାଳିମ୍ବକୁ କହିଥିଲେ I

Welcome to Odisha News24

error: Content is protected !!
%d bloggers like this: