କାଳବୈଶାଖୀ ତାଣ୍ଡବରେ ଘରଚାଳ ଉଡିଲା, ପରିବାର ବେସାହାରା

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୩୦/୦୫): ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ବ୍ଲକର ବୁରୁଲେଣ୍ଡୀ ଗ୍ରାମ୍ ରେ କାଳ ବୈଶାଖୀ ତାଣ୍ଡବରେ ଘରଚାଳ ଉଡିଯାଇଥିଲା | ଘରର ଚାଉଳ, ଖାଇବା ଖାଦ୍ୟ, ଲୁଗାପୋଟା ଓ ଆସବା ପତ୍ର ସମସ୍ତ ନଷ୍ଟ ହୋଇଯିବା ଦେଖିବାକୁ ମିଳିଛି |

ଜୋରଦାର ଭାବରେ ପଵନ ବୋହିବା ସହ ପ୍ରବଳ ବର୍ଷା ହେବାରୁ କୁଡ଼ିଆ ଘର ଗୋଟିଏ ପରିବାରର ସାତଜଣ ରହୁଥିଲେ | ସେ ପରିବାର ର ଘରେ ଯାହା ଥିଲା ସବୁଜାକ ବର୍ଷା ପାଣିରେ ଧୋଇଗଲା | ଘର ର ମୁରବି ଆପନା ଗୌଡ ସ୍ତ୍ରୀ ସତ୍ୟଭାମା ଗୌଡ ଭାଗ୍ୟର ସାଥ ଥିବାରୁ ସାତପ୍ରାଣୀ ଅଳ୍ପକେ ବଞ୍ଚିଗଲୁ ବୋଲି ଆପନା ଗୌଡ ଗଣମାଧ୍ୟମକୁ କହିଲେ | ଏମ୍ କେ ରାଇ ସରପଞ୍ଚ ଶ୍ରୀ ରାମଚନ୍ଦ୍ର ଗମାଙ୍ଗ ଉକ୍ତ ସ୍ଥାନକୁ ପରିଦର୍ଶନ କରି ପାରିବାର ଦୁର୍ଦଶା ପଚାରି ବୁଝିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: