କାଳବୈଶାଖୀର ତାଣ୍ଡବଲୀଳା ଗଛପଡ଼ି ରାସ୍ତା ଅବରୋଧ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୨୦-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅପରାହ୍ନରେ କାଳବୈଶାଖୀର ତାଣ୍ଡବଲୀଳାରେ ଗଛପଡ଼ି ମୁଖ୍ୟ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।

କଲ୍ୟାଣସିଂହପୁର ଠାରୁ ରାୟଗଡା ଯିବା ମୁଖ୍ୟ ରାସ୍ତାରେ ସିତାପୁର ତୋଟା ଠାରେ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା ।ଏହି ଖବରପାଇ ଅଗ୍ନିଶମ ବିଭାଗ ପାଇ ଘଟଣା ସ୍ଥଳରେ ପହଞ୍ଚି କରତରେ ଗଛ କାଟି ସଫାକରିଥିଲେ । ସେହିପରି ସୀତାପୁର ର ଗୋବର୍ଦ୍ଧନ କରକରିଆଙ୍କ ଦୋକାନ ର ଛପର ଉଡିଯାଇଛି ।କରପା ପଞ୍ଚୟତର ସୁଲିପଦର ବିଦ୍ୟାଳୟ ର ନାମ ଫୋଳକ ଉଡିଯାଇ ଥିବା ଦେଖିବାକୁ ମିଳିଛି ।

Welcome to Odisha News24

error: Content is protected !!
%d bloggers like this: