କାଳବୈଶାଖୀରେ ଗଛ ପଡି ନାବାଳିକାର ମୃତ୍ୟୁ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୨୯-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ମହେନ୍ଦ୍ରପୁର ନିକଟସ୍ଥ ଆମ୍ବ ତୋଟାରେ କାଳ ବୈଶାଖୀ ତାଣ୍ଡବରେ ଏକ ଆମ୍ବ ଗଛ ପଡି ଗୁରୁ ଚାମିୟା ଝିଅ ଚାମିୟା ବବି (୧୬)ଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ଖବର ନେବାରୁ ଜଣାପଡିଲା ଯେ ଆଜି ମଧ୍ୟାହ୍ନରେ ୨ଘଣ୍ଟା ସମୟରେ ଜୋରରେ ପବନ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ମାରିଥିଲା । ମହେନ୍ଦ୍ରପୁର ଆମ୍ବ ତୋଟାରେ ଆମ୍ବ କାଢିବା ପାଇଁ ସାହିର କିଛି ସାଙ୍ଗ ମାନଙ୍କ ସହିତ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ପୁଣି ଜୋରରେ ପବନ ଘଡଘଡି ମାରିବାରୁ ସାଥୀପିଲା ମାନେ ଧାଇଁ ପଳାଇଲେ କିନ୍ତୁ ବବି ଧାଇଁ ନ ପାରିବାରୁ ଗଛଟି ବିଜୁଳି ମାରିବାରୁ ମୂଳରୁ ଉପାଡି ହୋଇ ବବି ଉପରେ ପଡିଯାଇଥିଲା । ଏହାକୁ ଦେଖି ଆମ୍ବ ଗୋଟାଇବାକୁ ଯାଇଥିବା ସାଙ୍ଗ ମାନେ ପରିବାର କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଓ ଥାନାକୁ ସୂଚନା ଦେଇଥିଲେ । ଅଗ୍ନି ଶମ ପହଞ୍ଚିବା ବିଳମ୍ବ ସେତିକି ବେଳେ କାଳେ ଯୁବତୀ ବଞ୍ଚି ଥିବଭାବି ଗ୍ରାମବସି ଗଛକାଟି ଦେଇ ଥିଲେ । କିନ୍ତୁ ବବିର ମୃତ୍ୟୁ ହୋଇଥିଲା । ଉକ୍ତ ଖବରପାଇ ଥାନା ଏସ ଆଇ ବିମଲ କହଁର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: